ବୈପାରିଗୁଡା ବ୍ଳକରେ ଭୀମଭୋଇ ଭିନ୍ନକ୍ଷମ : ସାମର୍ଥ୍ୟ ଶିବିର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି – ବୈଠକ

ଓଡ଼ିଶା ତାଜା ନ୍ୟୁଜ୍ /୨୧ ମଇ ଶନିବାର/ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଟିତ ହେବାକୁ ଥିବା ବେଳେ ବ୍ଲକ ପ୍ରଶାସନ ତରଫରୁ ଏହି ଶିବିରକୁ କେମିତି ଭଲ ଭାବରେ କରା ଯାଇ ପାରିବ ସେଥି ନିମେନ୍ତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ବ୍ଳକ ସଭାଗୃହରେ ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ ବିଡିଓ ଅଭିମନ୍ୟୁ କବି ଶତପଥି , ବ୍ଲକ ଉପାଧ୍ୟକ୍ଷ ପୂର୍ଣ୍ଣମା ବାରିକ , ନବରଙ୍ଗପୁର ସାସଂଦ ପ୍ରତିନିଥି ସାଥିରାମ ନାୟକ , କୋରାପୁଟ ବିଧାୟକ ପ୍ରତିନିଥି ରମେଶ ସ୍ୱାଇଁ , କୋଟପାଡ ବିଧାୟକା ତଥା ମନ୍ତ୍ରୀ ପ୍ରତିନିଥି ବିଶ୍ୱଜୀତ ନାୟକ ,

ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାର୍ତିକ ପାଢୀ,ଜିଲ୍ଲାପରିଷଦ ରାଜେଶ୍ୱର ମହୁରିଆ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ମହୁଲି ସମିତିସଭ୍ୟ ଭକ୍ତରାମ ହରିଜନ, ବୈପାରିଗୁଡା ସମିତିସଭ୍ୟ ମଞ୍ଜୁଲତା ପଟନାୟକ, ଗୁପ୍ତେଶ୍ୱର ସମିତିସଭ୍ୟ ବିଭୀଷଣ ହନ୍ତାଳ,କୋଲାର ସମିତିସଭ୍ୟ ଜଗନ୍ନାଥ ଖରାଙ୍କ ସହ ୨୦ ଗୋଟି ପଂଚାୟତର ଲୋକପ୍ରତିନିଥି , ସମସ୍ତ ବିଭାଗର କର୍ମଚାରୀ , ସ୍ୱୋଚ୍ଛାସେବୀ ଅନୁଷ୍ଟାନ, ବିଦ୍ୟାଳୟ ଓ କଲେଜ ର ଅଧ୍ୟାପକ ମାନେ ଯୋଗଦାନ କରି ନିଜ ନିଜ ମତ ପ୍ରକାଶ କରିଥିଲେ ।

ପୁର୍ବବର୍ଷ ପାଳନ କରାଯାଇଥିବା କାର୍ଯ୍ୟକ୍ରମ ବିଷୟରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାର୍ତିକ ପାଢୀ ପ୍ରସ୍ତୁତି ବୈଠକର ପୂର୍ବପାଠ ପଢିଥିବା ବେଳେ ଏହି ବର୍ଷ ଟିକେ ଅଲଗା ଧରଣର କରିବା ସହ ଜିଲ୍ଲାରେ ଏକ ନମ୍ବର ହେବା ପାଇଁ ସମସ୍ତ ଙ୍କ ସହଯୋଗ ଲଢିଥିଲେ । ତେବେ ବ୍ଳକ ପରିସର ଭିତରେ ୩୧ ତାରିଖ ଦିନ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହେବାକୁ ଥିବାରୁ ପଂଚାୟତସ୍ତର ରେ ଥିବା ଅଙ୍ଗନୱାର୍ଡ କର୍ମୀ , ସ୍ୱାସ୍ଥ୍ୟକର୍ମୀ , ଲୋକପ୍ରତିନିଥି , ପିଇଓ ଓ ସ୍ୱୋଚ୍ଛାସେବୀ ଅନୁଷ୍ଟାନର କର୍ମୀ ମାନେ ଗାଁ ଗହଳିରେ ପ୍ରଚାର କରିବା ସହ ଭିନ୍ନକ୍ଷମ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ଅନୁରୋଧ କରିଛନ୍ତି ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା ।

ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ଅଧିନିୟମ ୨୦୧୬ ଅନ୍ତର୍ଗତ ୨୧ ପ୍ରକାର ନିଶକ୍ତତା ଏବଂ ଏହାକୁ ଚିହ୍ନବା ପାଇଁ ହେଲେ ମାନସିକ ବିକାଶଗ୍ରସ୍ତ, ମାନସିକ ଅସୁସ୍ଥତା , ଦୃଷ୍ଟିହୀନତା , କୃଷରୋଗ, ମାଂସପେଶୀର ଦୁର୍ବଳତା , ଶ୍ରବଣଶକ୍ତି , ସ୍ୱଳ୍ପ ଦୃଷ୍ଟିହୀନତା,ବାମନ, ମସ୍ତିଷ ପକ୍ଷାଘାତ, ମୂଳ, ଏସିଡ୍ ଆକ୍ରାନ୍ତଙ୍କ ବହୁ ପ୍ରକାର ଲକ୍ଷ୍ମଣଥିବା ଯୁବକଯୁବତୀ , ବୃଦ୍ଧବୃଦ୍ଧି ମାନଙ୍କୁ ଖୋଜି ଏହି ଶିବିରକୁ ଆଣିବା ପାଇଁ ଆଜିର ପ୍ରସ୍ତୁତି ବୈଠକରେ ସ୍ଥିର କରାଯାଇଥିବାର ଜଣାପଡିଛି ।