No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୧୯ ମଇ ଗୁରୁବାର/ ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଆର୍.ଉଦୟଗିରି ପୋଲିସ ପକ୍ଷରୁ କାର ସମେତ ୨ ବସ୍ତା ଗଞ୍ଜେଇ ଜବତ କରାଯାଇ ଘଟଣାରେ ସମ୍ପୃକ୍ତଙ୍କୁ ଗିରଫ କରିଥିବାର ଜଣାପଡିଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ଆର୍.ଉଦୟଗରି ଥାନା ଅନ୍ତର୍ଗତ ନୂତନଗଡ ଗ୍ରାମର ନୂତନ ପାଣି (୩୨) ବୋଲି ଥାନା ସୂତ୍ରରୁ ଜଣାପଡିଛି । ସୂଚନା ମୁତାବକ ଆର୍.ଉଦୟଗରି ଥାନା ପୋଲିସ ମହେନ୍ଦ୍ରଗଡ-ଛେଳିଗଡ-ସିଆଳିଲଟି ଅଞ୍ଚଳରେ ଏସ୍ଆଇ ମୁକେଶ ଲାକ୍ରାଙ୍କ ସମେତ ଏକ ପୋଲିସ ଟିମ୍ ପେଟ୍ରୋଲିଂ କରୁଥିଲେ । ସେହି ସମୟରେ ଛେଲାଗଡରୁ ମହେନ୍ଦ୍ରଗଡ ପଟେ ଏକ ନମ୍ବରବିହୀନ ଧଳାରଙ୍ଗର କାରରେ ଗଞ୍ଜେଇ ଚୋରାଚାଲାଣ ହେଉଥିବାର ବିଶେଷ ସୂତ୍ରରୁ ପୋଲିସକୁ ସୂଚନା ମିଳିଥିଲା ।
ସୂଚନାପାଇ ତୁରନ୍ତ ନମ୍ବର ବିହୀନ କାରଟିକୁ ପିଛା କରିଥିଲେ । ତେବେ ମକାପାଦ ଛକରୁ ରଣାଲଇ ଯିବା ରାସ୍ତାରେ ଥିବା ଗୁଙ୍ଗିମୀ ମନ୍ଦିର ନିକଟରେ ଉକ୍ତ କାରଟିକୁ ଠାବ କରି ତଲାସୀ କରିଷିଲା । ତଲାସୀ ବେଳେ କାର ଡିକିରୁ ୨ଟି ଜରି ବସ୍ତା ଥିଲା । ପୋଲିସ ସେହି ବସ୍ତା ଗୁଡିକ ତଲାସୀ କରିବାରୁ ସେଥିରେ ଗଞ୍ଜେଇ ଥିବାର ଦେଖିଥିଲା । ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଆର୍.ଉଦୟଗିରି ତହସିଲର ଅତିରିକ୍ତ ତହସିଲଦାର ରାଜେଶ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରିବାରୁ ୮୬ କିଲୋ ୩ଶହ ଗ୍ରାମ ହୋଇଥିଲା । ଯାହାର ଆନୁମାନିକ ବଜାର ମୂଲ୍ୟ ୫ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଏନେଇ ଆର୍.ଉଦୟଗରି ଥାନାରେ ୬୭/୨୨ରେ ଏକ ମାମଲା ରୁଜୁ ହୋଇଥିବାର ଥାନା ଅଧିକାରୀ ରବୀନ୍ଦ୍ର ପଣ୍ଡା ସୂଚନା ପ୍ରଦାନ କରିଛନ୍ତି ।
No Result
View All Result