No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୧୯ ମଇ ଗୁରୁବାର/ ଭୁବନେଶ୍ୱର :- ରାଜଧାନୀରେ ଜଣେ ଯୁବକଙ୍କୁ ହତ୍ୟାକରି ପୋଡ଼ି ଦେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଇନଫୋସିସ୍ ଥାନା ଅଧୀନ ଶିଖରଚଣ୍ଡୀ ପାହାଡ଼ରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର ହୋଇଛି। ବିଳମ୍ବିତ ରାତ୍ରିରେ ଯୁବକଙ୍କୁ ହତ୍ୟା କରିବା ପରେ ହତ୍ୟାକାରୀମାନେ ଶବକୁ ଜାଳି ଦେବାକୁ ପ୍ରୟାସ କରିଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ହେପାଜତକୁ ନେଇ ତଦନ୍ତ କରୁଥିବା ଜଣାପଡିଛି।
ମୃତ ଯୁବକ ନନ୍ଦନକାନନ ଥାନା ବାଲିପଡ଼ା ଗ୍ରାମର ଲଲାଟେନ୍ଦୁ ପ୍ରଧାନଙ୍କ ପୁଅ ଅବିନାଶ ପ୍ରଧାନ (୨୨ ବର୍ଷ)। ତାଙ୍କୁ କିଏ କାହିଁକି ହତ୍ୟା କଲା ଏବଂ ପରେ ପୋଡ଼ି ଦେଲା ତାହା ଚର୍ଚ୍ଚାର ବିଷୟ ହୋଇଛି। ଏହା ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ଅନୁସନ୍ଧାନକାରୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ତଦନ୍ତ ଆଗକୁ ଯିବ । ଏଣେ ଏହି ଘଟଣାରେ ପୁଲିସ ୪ଜଣଙ୍କୁ ଇନଫୋସିସ୍ ଥାନାରେ ଅଟକ ରଖି ପଚରାଉଚରା କରୁଥିବାର ସୂଚନା ମିଳିଛି।
ଏବେ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ଜବତ କରିଛି ପୁଲିସ । ସୁଇସାଇଡ ନୋଟକୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପୁଲିସ ପଠାଇବ ବୋଲି ଜଣାଯାଇଛି । ଏଣେ ଅବିନାଶଙ୍କ ମୋବାଇଲର ସିଡିଆର ଯାଞ୍ଚ କରୁଛି ପୁଲିସ ।
No Result
View All Result