ସ୍ୱାମୀଙ୍କୁ ପିଟିପିଟି ମାରି ସ୍ତ୍ରୀ ଫେରାର

ଓଡ଼ିଶା ତାଜା ନ୍ୟୁଜ୍ /୧୯ ମଇ ଗୁରୁବାର/ ବାରିପଦା :- ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ସିରିଆପାଳ ଗାଁରେ ସ୍ୱାମୀଙ୍କୁ ସ୍ତ୍ରୀ ପିଟିପିଟି ମାରିଦେଇଥିବାର ଖବର ମିଳିଛି। ଏହାପରେ ସ୍ତ୍ରୀ ପିଲାମାନଙ୍କୁ ନେଇ ପଳାଇଥିବା ସୂଚନା ରହିଛି । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବାର ପ୍ରାଥମିକ ତଦନ୍ତରୁ ଜଣାଯାଇଛି । ଗତକାଲି ବିଳମ୍ବିତ ରାତିରେ ଶରତ ଥାନା ସିରିଆପାଳ ଗାଁର ଲଡୁରା ସିଂହ ବାଳମୁଚା(୪୦)ଙ୍କୁ ସ୍ତ୍ରୀ ଗୁରୁବାରୀ ସିଂହ ବାଳମୁଚା(୩୫) ଏକ କାଠଫାଳିଆରେ ପିଟିପିଟି ମାରିଦେଇଥିଲେ । ଉଭୟଙ୍କ ଭିତରେ ଝଗଡ଼ା ହେବାରୁ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି । 

ଏହାପରେ ଗୁରୁବାରୀ ନିଜର ୩ ଛୁଆଙ୍କୁ ନେଇ କୁଆଡ଼େ ପଳାଇଥିଲେ । ଖବର ପାଇ ଶରତ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲଡୁରା ସିଂହ ବାଳମୁଚାଙ୍କ ମୃତଦେହକୁ ଜବତ କରିବା ସହ ତଦନ୍ତ ଚଳାଇଛି । ଫେରାର ଅଭିଯୁକ୍ତ ଗୁରୁବାରୀଙ୍କୁ ଧରିବା ଲାଗି ବି ପୁଲିସ ଚେଷ୍ଟା ଚଳାଇଛି