ପୁରୀ ୧୫ ନମ୍ବର ୱାର୍ଡ କୁ କାହିଁକି ନଜର ଦେଉନାହାନ୍ତି ପୌରପାଳିକା – ପଡ଼ି ରହିଛି କୁଢ଼ କୁଢ଼ ଅଳିଆ

୧୫ ନମ୍ବର ୱାର୍ଡରୁ ଅଳିଆ ନ ଉଠାଇବାରୁ ୱାର୍ଡ ବାସିନ୍ଦା ଙ୍କ ମନରେ ଅସନ୍ତୋଷ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି ।

ଓଡ଼ିଶା ତାଜା ନ୍ୟୁଜ୍ /୧୭ ମଇ ମଙ୍ଗଳବାର/ ପୁରୀ :- ଓଡିଶା ର ପ୍ରତ୍ୟେକ ସ୍ଥାନରେ ବର୍ତ୍ତମାନ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହେବା ପରେ ପ୍ରତ୍ୟେକ ପୌରାଞ୍ଚଳ ଗୁଡ଼ିକ ରେ ଅଳିଆ ଆବର୍ଜନା ସଫା ଓ ସ୍ୱଚ୍ଛତା ସୋନ୍ଦର୍ଯ୍ୟକରଣ କୁ ଦୃଷ୍ଟି ଦିଆଯାଉଥିବା ବେଳେ ବିଶ୍ୱ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ଙ୍କ ପୁରୀ ଧାମ ରେ ଅସ୍ୱଚ୍ଛକର ପରିବେଶ ରହିଥିବା ଦେଖିବାକୁ ମିଳୁଛି । ପୁରୀ ଏକ ପବିତ୍ର ସ୍ଥାନର ମାନ୍ୟତା ହାସଲ କରିଥିବା ବେଳେ ପୁରୀ ପୌରାଞ୍ଚଳ ସ୍ଥିତ ଦୋଳମଣ୍ଡପ ସାହି ରାସ୍ତାରେ ଅଳିଆ ପାହାଡ ଭଳି ଗଦା ହୋଇଥିବା ଦେଖିବାକୁ ମିଳିଛି । ତେବେ ପୁରୀ ଶ୍ରୀମନ୍ଦିର ସମ୍ମୁଖ ଦୋଳ ମଣ୍ଡପ ସାହି ମଝିରେ ଦୀର୍ଘ ଦିନ ଧରି ଏଭଳି ଅଳିଆ ଆବର୍ଜନା ରାସ୍ତା ରେ ଗଦା ହୋଇଥିଲେ ହେଁ ଧ୍ୟାନ ଦେଉନାହାନ୍ତି ପୌର କର୍ତ୍ତୃପକ୍ଷ ।

ରାତି ପାହିଲେ ଉକ୍ତ ରାସ୍ତା ଦେଇ ହଜାର ହଜାର ଭକ୍ତଙ୍କର ଯାତାୟାତ ଲାଗିରହୁଛି ଏଭଳି ରାସ୍ତା ରେ କୁଢ଼ କୁଢ଼ ଅଳିଆ ଗଦା ଯୋଗୁଁ ଯାନବାହାନ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଥିବା ବେଳେ ଅଳିଆ ଆବର୍ଜନାର ଦୁର୍ଗନ୍ଧ ଯାତାୟାତ କରୁଥିବା ଯାତ୍ରୀଙ୍କ ପାଇଁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି । ତେବେ ଏଠାରେ ସୂଚନାଯୋଗ୍ୟ ଯେ ପ୍ରତ୍ୟେକ ୱାର୍ଡ ରେ ମ୍ୟୁନିସପାଲିଟି ପକ୍ଷରୁ ଅଳିଆ ଗାଡ଼ି ବୁଲୁଥିଲେ ହେଁ ଏହି ଭଳି ୧୫ ନମ୍ବର ୱାର୍ଡରୁ ଅଳିଆ ନ ଉଠାଇବା ୱାର୍ଡ ବାସିନ୍ଦା ଙ୍କ ମନରେ ଅସନ୍ତୋଷ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି । ପୌରପାଳିକା ରେ କାର୍ଯ୍ୟରତ ଅଧିକାରୀ ମାନଙ୍କ ଦୃଷ୍ଟି ଗୋଚର ହେଉଥିଲେ ମଧ୍ୟ ଉକ୍ତ ଅଳିଆ ଆବର୍ଜନା କୁ ଉଠାଇବା ର ନାଁ ଗନ୍ଧ ଧରୁନଥିବା ଚର୍ଚ୍ଚା ହେଉଛି ।

ବାହାର ରାଜ୍ୟ ରୁ ଆସୁଥିବା ଶତାଧିକ ଭକ୍ତ ଓ ଯାତ୍ରୀ ଙ୍କ ପ୍ରତିକ୍ରିୟା ଅନୁସାରେ ପୁରୀ ଭଳି ଏକ ପବିତ୍ର ସ୍ଥାନରେ ପରିବେଶ ସ୍ୱଚ୍ଛତା ପ୍ରତି ଧ୍ୟାନ ନଦେବା ପ୍ରଶାସନର ଅବହେଳିତ ମନୋବୃତ୍ତି ବୋଲି ପ୍ରକାଶ ପାଉଛି । ଏବେ ଠାରୁ ଅଳିଆ ଆବର୍ଜନା କୁ ଉଠା ନଗଲେ ଆଗକୁ ଅନୁଷ୍ଠିତ ହେବ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ରଥଯାତ୍ରା .. ଉକ୍ତ ରାସ୍ତାରେ ହଜାର ଭକ୍ତ ଙ୍କ ଯାତାୟାତ ଓ ଯାନବାହାନ ଚଳାଚଳରେ ବହୁଳ ବାଧା ଉପୁଜିବାର ଆଶଙ୍କା ସୃଷ୍ଟି କରିଛି ୱାର୍ଡବାସୀଙ୍କ ଠାରେ । ୱାର୍ଡ ବାସିନ୍ଦା ଙ୍କ ଅଭିଯୋଗ ପରେ ବର୍ତ୍ତମାନ ସୁଦ୍ଧା ଦୃଷ୍ଟି ନ ଦେଉଥିବା ପ୍ରଶାସନ ଏଥି ପ୍ରତି କେବେ ଦୃଷ୍ଟି ଦେବେ ଦେଖିବାକୁ ବାକି ରହିଲା ।