ଗଜପତିଜିଲ୍ଲା ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପର ଚାଲୁରହିଥି ବାଟନେଲ କାର୍ଯ୍ୟକୁ ବିଭାଗୟ ଅଧିକାରୀ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ବୁଲାଇ ଦେଖାଇଲେ l

ଓଡ଼ିଶା ତାଜା ନ୍ୟୁଜ୍ /୧୭ ମଇ ମଙ୍ଗଳବାର/ପାରଳାଖେୁଣ୍ଡି :- ଗଜପତି ଜିଲ୍ଲା ଅନ୍ତର୍ଗତ ଆର. ଉଦୟଗିରି ବ୍ଲକ ଛେଳିଗଡ଼ ଠାରେ ଦୀର୍ଘ ବର୍ଷ ଅଟକି ରହିଥିବା ପ୍ରକଳ୍ପ କାର୍ଯ୍ୟ ଗତ କିଛିଦିନ ଧରି ଆରମ୍ଭ ହୋଇଛି।ପ୍ରକଳ୍ପ ନିମନ୍ତେ ପ୍ରଥମ କରି ଏକ ଶହ କୋଟି ଟଙ୍କାରେ ଆରମ୍ଭ ହୋଇଛି ଟନେଲ କାର୍ଯ୍ୟ।ବିଭାଗୀୟ ଅଧିକାରୀ ଏବଂ ରାଜ୍ୟ ସରକାରଙ୍କ ଉଚ୍ଚ ପଦସ୍ତ ଅଧିକାରୀଙ୍କ ଆନ୍ତରିକତା ହେତୁ ଏହା ସୂଚାରୁରୂପେ ଦ୍ରୁତ ଗତିରେ ଚାଲୁ ରହିଛି।ଏହା ଯଥା ଶୀଘ୍ର ଶେଷ ହେବ ବୋଲି ଅଧିକାରୀ ମାନେ ପ୍ରକାଶ କରିଛନ୍ତି।ଗତ କିଛିଦିନ ପୂର୍ବେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଏବଂ ୫ଟି ସଚିବ ଦୁହେଁ ଗସ୍ତ କରି ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ ସ୍ଥାନୀୟ ଲୋକଙ୍କ ଜମିକୁ ପ୍ରଥମ କରି ଜଳ ଯୋଗାଇ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଟାଣ କରାଯିବ ବୋଲି ଘୋଷଣା କରିଛନ୍ତି।

ଦୃଷ୍ଟିରୁ ବିଭାଗୀୟ ଅଧିକାରୀ ଦ୍ରୁତ ଗତିରେ ପ୍ରକଳ୍ପ ନିମନ୍ତେ ଉଦ୍ଧିଷ୍ଟ ଟନେଲ କାର୍ଯ୍ୟ ଚାଲୁ ରହିଛି।ଏହି ପ୍ରକଳ୍ପ କାର୍ଯ୍ୟରେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ସାମିଲ କରିବା ସହ ପ୍ରକଳ୍ପ ସମ୍ପର୍କରେ ସମ୍ୟକ ଧାରଣା ଦେବାକୁ ମହେନ୍ଦ୍ରଗଡ଼ ସ୍ଥିତ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଇଂ.ନଗେନ୍ଦ୍ରନାଥ ମହାରଣା ଆଜି ସ୍ଥାନୀୟ ଅଞ୍ଚଳର ଜନ ପ୍ରତିନିଧିଙ୍କୁ ଡାକି ଏକ ବୈଠକ କରି ପ୍ରକଳ୍ପ କାର୍ଯ୍ୟସମ୍ପର୍କରେ ବୁଝାଇବା ସହ ତାହାର ଉପକାରିତା ସମ୍ପର୍କରେ ବୁଝାଇଥିବା ସହ ପ୍ରକଳ୍ପର ଟନେଲ କାର୍ଯ୍ୟକୁ ମଧ୍ୟ ବୁଲାଇ ଦେଖାଇ ଥିଲେ।

ସମସ୍ତ ଜନ ପ୍ରତିନିଧି ସମ୍ପୂର୍ଣ ସୁରକ୍ଷା ବଳୟ ମଧ୍ୟରେ ପ୍ରକଳ୍ପର ଟନେଲ କାର୍ଯ୍ୟ
ଦେଖିଥିଲେଏହିବୈଠକରେ ବୁଡି ଅଞ୍ଚଳ ମହେନ୍ଦ୍ରଗଡ଼, ଛେଳିଗଡ଼, ଅବାରସିଂ,ଓ ସିଆଳିଲଟି ଅନ୍ତର୍ଗତ ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ଙ୍କ ସମେତ ବ୍ଲକ ଅଧକ୍ଷ ଏବଂ ଉପାଧକ୍ଷପ୍ରମୁଖ ବିଭାଗୀୟ ଅଧିକାରୀଙ୍କ ସହ ପ୍ରକଳ୍ପକାର୍ଯ୍ୟ ଦେଖିବା ସଙ୍ଗେ ବୈଠକରେ ଉପସ୍ଥିତ ରହି ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ।ଏହିବୈଠକରେ ବ୍ଲକ ଅଧକ୍ଷ ଲଷ୍ମୀ ନାରାୟଣ ଶବର, ଜିଲା ପରିଷଦ ଦଣ୍ଡପାଣି ବଡ଼ମୁଣ୍ଡି ଯମୁନା ଦଲବେହେରା, ପୂର୍ଣଚନ୍ଦ୍ରଗମାଙ୍ଗ,କୁମୁଦିନିଗମାଙ୍ଗ,ଦ୍ରୌପଦି ରଇତ,ଗୀତାଞ୍ଜଳିରଇତ,ବିଜୟଲଷ୍ମୀ ପଟ୍ଟନାୟକ, ଅଭିମନ୍ୟୁ ପାଇକ ଙ୍କ ସମେତ ପ୍ରକଳ୍ପ ର ସମସ୍ତ ଅଧିକାରୀ ଉପସ୍ଥିତ ରହି ଜନ ପ୍ରତିନିଧିଙ୍କୁ ପ୍ରକଳ୍ପ ସମ୍ପର୍କରେ ବୁଝାଇ ସହଯୋଗ କାମନାକରିଥିଲେ।