No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୧୭ ମଇ ମଙ୍ଗଳବାର/ପାରଳାଖେମୁଣ୍ଡି :- ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବିକାଶ ରଥକୁ ଦ୍ରୁତ ଗତିରେ ନେଉଥିବା ଡିଣ୍ଡିମ ପିଟୁଥିବା ବେଳେ ବାସ୍ତ୍ରବରେ ଚିତ୍ର ଓଲଟା ସରକାରଙ୍କ ନିର୍ଦେଶ କ୍ରମେ ମୁଖ୍ୟ ସଚିବମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ତଦାରଖ କରୁଛନ୍ତି । ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ସଚିବ ଗଜପତି ଜିଲ୍ଲା ଗସ୍ତ କରି ଫେରୁଛନ୍ତି। କିନ୍ତୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗୁଣାତ୍ମକ ବିକାଶ ଘଟୁନି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର। କାହାରି ନଜର ପଡୁନି ମୋହନା ବ୍ଲକ ସଦର ମହକୁମାରେ ରହିଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ । ଖବରକାଗଜରେ ସମସ୍ୟା ପ୍ରକାଶନ ପରେ ଚାଲି ଆଶନ୍ତି ଅଧିକାରୀ ଓ କୁଜି ନେତାମାନେ ସମସ୍ୟାର ସମାଧାନ କରିବା ପାଇଁ ।
ମୋହନା ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ରୋଗୀ ଚିକିତ୍ସା ନିମନ୍ତେ ଆସନ୍ତି । ୩୯ଟି ପଞ୍ଚାୟତର ହଜାର ହଜାର ଲୋକ ଏହି ସ୍ଵାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି । ହେଲେ ବହୁଦିନ ହେଲାଣି ଏହି ମେଡ଼ିକାଲରେ ୩୦ଟି ଶଯ୍ୟା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗୋଟିଏ ଗୃହ ବ୍ୟବହାର ହେଉଛି । ଯେଉଁଠି କେବଳ ମାତ୍ର ୧୨ଟି ଶଯ୍ୟା ବ୍ୟବହାର ହେଉଛି । ରୋଗୀଙ୍କ ସେବା ପାଇଁ ଡାକ୍ତର ରହିଛନ୍ତି ୧୫। କିନ୍ତୁ ଉପସ୍ଥିତ ରହୁଛନ୍ତି ପ୍ରତ୍ୟେକ ଦିନ ଦୁଇରୁ ତିନି ଜଣ । ଅନେକ ଡାକ୍ତର ତିନି ଦିନ କର୍ଯ୍ୟରେ ଯୋଗ ଦେଇ ଚାଲିଯାନ୍ତି ନିଜ ଗ୍ରାମକୁ । ହେଲେ ରୋଗୀଙ୍କ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ସୁବିଧା ଯୋଗାଇ ଆସୁଥିଲେ ମଧ୍ୟ ମୋହନା ବ୍ଲକରେ ତାହା ସ୍ବପ୍ନ ।
ବର୍ତ୍ତମାନ ଗ୍ରୀଷ୍ମର ପ୍ରଭାବ ସାରା ରାଜ୍ୟରେ ବୃଦ୍ଧି ପାଉଥିବା ବେଳେ ମୋହନା ମେଡ଼ିକାଲରେ ରୋଗୀ ରହିବା ପାଇଁ କୌଣସୀ ସୁବିଧା ନାହିଁ । ମୁଖ୍ୟତଃ ରୋଗୀ ରହିବା ଗୃହରେ ୪ଟି ପଙ୍ଖାରୁ ଦୁଇଟି ଅଚଳ । ସେହିପରି ରୋଗୀ ବିଶ୍ରାମ ନେବା ଓ ପ୍ରବେଶ ଦ୍ଵାରରେ ମଧ୍ୟ ପଙ୍ଖା ବୁଲୁନି । ରୋଗୀ ହନ୍ତସନ୍ତ । ରୋଗୀଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ଲାଗିଛି ଆକ୍ବାଗାର୍ଡ । ହେଲେ ଆକ୍ବାଗାର୍ଡରେ ନାହିଁ ପାଣି । ଶୌଚାଳୟ ଅବସ୍ଥା ଶୋଚନୀୟ । ଦିନେ ଖଟିଆରେ ଚାଦର ପଡିଲେ ଆଉ ଦିନେ ପଡୁନି । କିଛି ମାସ ପୂର୍ବେ କାୟାକଳ୍ପ ଟିମ ଗସ୍ତକୁ ନେଇ ବେଶ ସାଜସଜ୍ଜା କରାଯାଇଥଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ।
ସେହି ସମୟରେ ମୋହନା ବିଡ଼ିଓ ତାପସ୍ପିନି ହାଁସଦା ପରିଦର୍ଶନ କରି ତଦାରଖ ମଧ୍ୟ କରିଥିଲେ । କିନ୍ତୁ ଟିମ ପରିଦର୍ଶନ କରି ଫେରିବା ପରେ ପୁଣି ସେହି ଅବସ୍ଥା । ନା ଅଛି ପିଇବା ପାଣି ନା ଅଛି ପଙ୍ଖା । ନା କୁ ମାତ୍ର ସ୍ୱାସ୍ଥ୍ୟ ସେବା । ତୁରନ୍ତ ରୋଗୀଙ୍କ ପାଇଁ ଆସୁଥିବା ବିଭିନ୍ନ ସେବା ଯଥା ପାନୀୟ ଜଳ, ପଙ୍ଖା, ଖଟିଆ , ଚାଦର ଭଳି ବିଭିନ୍ନ ସୁବିଧା ଯୋଗାଇବା ସହ କାର୍ଯ୍ୟରେ ଖିଲାପ କରୁଥିବା ଅଧିକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜିବୀ ମହଲରେ ଦାବି ହୋଇଛି।
No Result
View All Result