ନୂଆଗାଁ ହାଇସ୍କୁଲ୍ ରେ ଆର୍ଟ ଅଫ ଗିଭିଙ୍ଗ ଡେ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ /୧୭ ମଇ ମଙ୍ଗଳବାର/ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ହାଇସ୍କୁଲ୍ ରେ ଆନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ଡେ ପାଳିତ ହୋଇଯାଇଛି । ନୂଆଗାଁ ବ୍ଲକ୍ ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା, ନୂଆଗାଁ ହାଇସ୍କୁଲ୍ ର ପ୍ରଧାନ ଶିକ୍ଷକ କୁଳମଣି ନାୟକ ଙ୍କ ସମେତ ସମସ୍ତ ଶିକ୍ଷକ , ଶିକ୍ଷୟତ୍ରୀ ମଞ୍ଚାସୀନ ଥିଲେ । କିଟ୍ ଓ କିସ୍ ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଙ୍କ ପ୍ରଚେଷ୍ଟାରେ ପ୍ରତିବର୍ଷ ମେ ମାସ ୧୭ ତାରିଖରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇ ଆସୁଛି ।

ସମସ୍ତେ କିପରି ହସ ଖୁସି ରେ ରହିବେ, କେହି ଗରିବ ହୋଇ ରହିବେ ନାହିଁ ଆଦି ଆଲୋଚନା ହେବା ସହ କନ୍ଧମାଳ ସାଂସଦ କିପରି ଜଣେ ସାଧାରଣ ବ୍ୟକ୍ତି ରୁ ଏକ ମହାନ ବ୍ୟକ୍ତିତ୍ଵ ହୋଇ ପାରିଲେ ସେ ଉପରେ ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍ ମତ ବ୍ୟକ୍ତ କରିଥିଲେ । ତତ୍ ସହିତ ଆର୍ଟ ଅଫ ଗିଭିଙ୍ଗ ହେଉଛି ନିରନ୍ତର, ପ୍ରଚୁର ପ୍ରେମ, ଶାନ୍ତି, ସୁଖ ଏବଂ ଅନ୍ୟମାନଙ୍କ ପାଇଁ ଦୟା ଏବଂ ଉଦରତାର ଅଙ୍ଗଭଙ୍ଗି ମାଧ୍ୟମରେ ସନ୍ତୁଷ୍ଟତା ସୃଷ୍ଟି କରିବା ବୋଲି ଶିକ୍ଷକ ଶିକ୍ଷୟତ୍ରୀ ମାନେ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ସାଂସଦ ଙ୍କ ପ୍ରତିନିଧି ଛାତ୍ର ଛାତ୍ରୀ ମାନଙ୍କୁ ପେନ୍ ଓ ବିସ୍କୁଟ ବଣ୍ଟନ କରିଥିଲେ ।