ସମସ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଘଟଣାସ୍ଥଳରେ ହିଁ ଲୋକଙ୍କ ଅଭିଯୋଗର ଶୁଣାଣୀ କରି ସମାଧାନ କରିଛନ୍ତି ଜିଲ୍ଲା ପ୍ରଶାସନ । ପୂର୍ବରୁ ଏନେଇ ପଞ୍ଚାୟତ ସ୍ତରରେ ଲୋକଙ୍କୁ ସୂଚନା ଦିଆଯାଇଥିଲା । ବ୍ଳକର ବିଭିନ୍ନ ପଞ୍ଚାୟତରୁ ମୋଟ ୧୦୦ଟି ଅଭିଯୋଗ ତ୍ଵରିତ ସମାଧାନ ପାଇଁ ପଞ୍ଜିକୃତ ହୋଇଥିଲା ବେଳେ ଦୁଇଟି ଅନୁପସ୍ଥିତ ରହିଥିଲେ । ସେଥି ମଧ୍ୟରୁ ୨୨ଟି ଅଭିଯୋଗ ତ୍ୱରିତ ସମାଧାନ କରାଯାଇଥିବା ସୂଚନା ମିଳିଛି ।
ଏଥିମଧ୍ୟରୁ ୭୭ଗୋଟି ଗୋଷ୍ଠୀଗତ ହୋଇଥିବା ବେଳେ ୨୧ଟି ବ୍ୟକ୍ତିଗତ ଭିତ୍ତିକ ସମସ୍ୟା ରହିଥିଲା । ବିଭିନ୍ନ ଗ୍ରାମର ପାନୀୟ ଜଳ ସମସ୍ୟା ସହ ଅସମ୍ପୂର୍ଣ୍ଣ ରହିଥିବା ବିଭିନ୍ନ ଉନ୍ନୟନ ଯୋଜନାର ସମ୍ପୂର୍ଣ୍ଣ କରିବା ନେଇ ଆସିଥିବା ସମସ୍ୟାର ସମାଧାନ ହୋଇଥିଲା । ଶେଷରେ ଜିଲ୍ଲାପାଳ ଯୋଗ୍ୟ ଶାରୀରିକ ଅକ୍ଷମ ଲୋକଙ୍କୁ ୱିଲଚେୟାର ଓ ଆଦିବାସୀଙ୍କୁ ଜଙ୍ଗଲଜମି ପଟ୍ଟା ପ୍ରଦାନ କରିବା ସହ ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ । ଏହି କାର୍ଯ୍ୟକ୍ରମରେ ବିଶେଷକରି ପିଏମଜି ଏସ ୱାଇ ରାସ୍ତା, ମୋବାଇଲ ଟାୱାର, ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ କୁ ଗୁରୁତ୍ୱ ଦିଆଯାଇଥିଲା ।
© 2023 Odisha Taza News.