No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୧୬ ମଇ ସୋମବାର/ଓଡ଼ଗାଁ :-ନୟାଗଡ଼ ବିଧାୟକ ତଥା ରାଜ୍ୟସରକାରଙ୍କ କୃଷିମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ସାକେରି ଓ ଶରଧାପୁର ଗ୍ରସ୍ତ କରି ଲୋକଙ୍କ ସମସ୍ୟା ଶୁଣିଛନ୍ତି । ପ୍ରଥମେ ସାକେରି ଗ୍ରାମ ଗ୍ରସ୍ତ କରି ଆରାଧ୍ୟଦେବତା ଜଗନ୍ନାଥଜୀଉଙ୍କୁ ଦର୍ଶନ କରିବା ସହ ପଞ୍ଚାୟତ କାର୍ଯ୍ୟଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ସାଧାରଣ ସଭାରେ ଦେଇ ପଞ୍ଚାୟତ ନିର୍ବାଚନରେ ବିପୁଳ ମାତ୍ରାରେ ଭୋଟ ଦେଇ ଦଳକୁ ଜିତାଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ନିର୍ବାଚନ ପଛ କଥା କିନ୍ତୁ ଲୋକଙ୍କ ଉନ୍ନତିମୂଳକ କାର୍ଯ୍ୟ ଆମର ପ୍ରାଥମିକତା ବୋଲି କହିଥିଲେ ।
ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ସାକେରି ରାସ୍ତା ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ଯୋଗୁଁ ପଞ୍ଚାୟତର ବିଭିନ୍ନ ଡ୍ରେନେଜ ସମସ୍ୟା ଦୁରୀଭୂତ ହେବ ଏଥି ନିମନ୍ତେ ଗ୍ରାମବାସୀ ମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଜଗନ୍ନାଥ ମନ୍ଦିର ସମ୍ପୁର୍ଣ୍ଣକରଣ, ପୁରୁଣା କୁଶଢିପି ପୋଖରୀ ଗାର୍ଡୱାଲ, ଜଗନ୍ନାଥଜୀଉଙ୍କ ରଥଯାତ୍ରା ନିମନ୍ତେ ନୂତନ ରଥକାଠର ବ୍ୟବସ୍ଥା ବିଶେଷ କରି ଶିକ୍ଷାର ଉନ୍ନତିକରଣ ପାଇଁ ଗ୍ରାମବାସୀମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଶରଧାପୁର ପଞ୍ଚାୟତ ଗ୍ରସ୍ତ କରି ସାଧାରଣ ସଭାରେ ଯୋଗ ଦେଇ ଲୋକଙ୍କ ବିଭିନ୍ନ ସମସ୍ୟା ଶୁଣିଥିଲେ । ଶିକ୍ଷକ ଅଭାବ, ଖାଦ୍ୟ ସୁରକ୍ଷା ଯୋଜନା, ଭିନ୍ନକ୍ଷମ ଭତ୍ତା, ଆବାସ, ଆମ୍ବେରାପୁର ଖେଳପଡିଆ, ରାସ୍ତା ନିର୍ମାଣ ନିମନ୍ତେ ୧୯ଟି ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତରଣ ବିଷୟରେ ମନ୍ତ୍ରୀଙ୍କ ସହ ଗ୍ରାମବାସୀ ଆଲୋଚନା କରିଥିଲେ ।
ପ୍ରତ୍ୟେକ ସମସ୍ୟାକୁ ସମାଧାନ କରାଯିବ ନେଇ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।ପରିଶେଷରେ ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଗ୍ରସ୍ତ ସମୟରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷା ମୀରା ନାୟକ, ସାକେରି ସରପଞ୍ଚ ପାୟଲ କୁମାରୀ ପ୍ରଧାନ, ଶରଧାପୁର ସରପଞ୍ଚ ଚାନ୍ଦିନୀ ରାଉତ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଭୁ ପ୍ରସାଦ ସାହୁ, ପୂର୍ବତନ ସରପଞ୍ଚ ନିତ୍ୟାନନ୍ଦ ପ୍ରଧାନ, ନାରୀ ନେତ୍ରୀ ନିବେଦିତା ଦାସ, ଶ୍ରମିକ ନେତା ସୂର୍ୟ୍ୟକାନ୍ତ ପଟ୍ଟନାୟକ, କାହ୍ନୁ ଚରଣ ପ୍ରଧାନ, ସମୀର ରାଉତ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।
No Result
View All Result