No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୧୬ ମଇ ସୋମବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଆଇନା ସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଦେ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଦୌରା ଜଜ ଶ୍ରୀ ସତ୍ୟପିର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଦୌରାଜଜ ଶ୍ରୀ ମିଶ୍ର ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଭିନ୍ନ କୋର୍ଟ କାର୍ଯ୍ୟ ତଦାରାଖ କରିବା ସଙ୍ଗେ ସଙ୍ଗେ କୋର୍ଟ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ବିଚରାଧୀନ ମାମଲା ଗୁଡିକର ତ୍ୱରିତ ବିଚାର ପାଇଁ ପଦକ୍ଷେପ ନିଆଯିବା କ୍ଷେତ୍ରରେ ବିଭିନ୍ନ କୋର୍ଟ ବ୍ୟାଞ୍ଚ ମାନ ପ୍ରତିଷ୍ଠା କରା ଯାଇଥିଲା ।
ଲୋକ ଅଦାଲତରେ ପରିବାର ଅଦାଲତ ଜଜ ଶ୍ରୀ ସୁବ୍ରତ ମହାନ୍ତି , ସବଜଜ ଶ୍ରୀ ଦୀପଙ୍କର ପଟନାୟକ , ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ରବି ନାରାୟଣ ବେହେରା , କୋର୍ଟ ରେଜିଷ୍ଟ୍ରାର ଶ୍ରୀ ସତ୍ୟବ୍ରତ ରଣା , ପ୍ରଥମ ଶ୍ରେଣୀ ବିଚାର ବିଭାଗିୟ ମାଜିଷ୍ଟ୍ରେଟ (ମହିଳା ବିଭାଗ) ସୁଶ୍ରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ । ସେହିଭଳି ଜିଲ୍ଲାର ରା: ଉଦୟଗିରି ଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ ସବଜଜ ଶ୍ରୀ ବିଶ୍ୱେଶ୍ଵର ବିଶ୍ବ ପ୍ରକାଶ ରାୟ ଓ କାଶିନଗର କୋର୍ଟର ପ୍ରଥମ ଶ୍ରେଣୀ ବିଚାରବିଭାଗିୟମାଜିଷ୍ଟ୍ରେଟ ରେଶମା ଧଳ ବିଶୋଇ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାଯ୍ୟ ସମ୍ପାଦନ କରିଥିଲେ ।
ଅନୁଷ୍ଠିତ ଲୋକ ଅଦାଲତ କାର୍ଯ୍ୟକ୍ରମରେ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ରାଷ୍ଟ୍ରୀୟ ବ୍ୟାଙ୍କର ଅଧିକାରୀ ମାନେ ଉପସ୍ଥିତ ରହି ବ୍ୟାଙ୍କ ସମ୍ଭନ୍ଧୀୟ ବିଭିନ୍ନ ମାମଲାର ତ୍ୱରିତ ସମାଧାନ ପାଇଁ ଚେଷ୍ଟା କରିଥିଲେ । ଅନ୍ୟପକ୍ଷରେ ଆୟୋଜିତ ଏହି ଲୋକ ଅଦାଲତ କାର୍ଯ୍ୟକ୍ରମରେ ଜିଲ୍ଲା କୋର୍ଟ ଓକିଲ ସଂଘର ସମସ୍ତ ଓକିଲ ବୃନ୍ଦଙ୍କ ସମେତ ସଂଘର ସମ୍ପାଦକ ଶ୍ରୀ କୃଷ୍ଣ ମୋହନ ପଟନାୟକ ଉପସ୍ଥିତ ରହି ବିଭିନ୍ନ କୋର୍ଟରେ ନିଜ ନିଜ କେଶ ମକଦ୍ଦମା ପରିଚାଳନାରେ ସହଯୋଗ କରିଥିଲେ ।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯକ୍ରମରେ ସମୁଦାୟ ୨୯୯ ଟି କେଶର ତ୍ୱରିତ ବିଚାରଣାକୁ ନିଆ ଯାଇଥିବା ବେଳେ ସେଥି ମଧ୍ୟରୁ ମୋଟ ୬୧ ଟି କେଶର ଫଇସଲା କରାଯାଇ ଜରିମାନା ବାବଦକୁ ସର୍ବମୋଟ ୧୩ ଲକ୍ଷ ୩୫ ହଜାର ୮୦୦ ଟଙ୍କା ଆଦାୟ କରା ଯାଇଥିଲା । ଏହି ରାଷ୍ଟ୍ରୀୟ ଲୋକ ଅଦାଲତର ସମସ୍ତ କାର୍ଯ୍ୟକ୍ରମରେ ପ୍ରାଧିକରଣର କର୍ମଚାରି ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ

No Result
View All Result