ଉତ୍କଳ ଟାଇକୁନ୍‌ସ ଆୱାର୍ଡ୍‌ସ ସହିତ ଭୁବନେଶ୍ୱର ରନୱେ ୱିକ ସିଜନ୍‌ – ୬ ୨୦୨୨ ମେ’ ୧୫ରେ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ /୧୬ ମଇ ସୋମବାର/ଭୁବନେଶ୍ୱର :- ଉତ୍କଳ ଅପଡେଟ୍‌ସ ଆଣ୍ଡ୍ ଆଡିକ୍ସନ ଫେସନ୍ ମ୍ୟାନେଜମେଂଟ୍ ଆଣ୍ଡ୍ କନସଲଟାନ୍ସି ପକ୍ଷରୁ ଆଜି ଇପାରି ସଦାଶିବ ଜୁଏଲାରି ପ୍ରାୟୋଜିତ ଓଡ଼ିଶାର ସ୍ୱତନ୍ତ୍ର ପୁରସ୍କାର ସୋ’ ଓ ଫେସନ୍ ଫେଷ୍ଟ୍ “ଉତ୍କଳ ଟାଇକୁନ୍‌ସ ଆୱାର୍ଡସ୍ ୱିଥ୍ ଭୁବନେଶ୍ୱର ରନ୍‌ୱେ ୱିକ୍ ସିଜନ୍‌-୬’ ଭୁବନେଶ୍ୱରର ୱେଲ୍‌କମ୍ ହୋଟେଲ୍‌ରେ ଅପରାହ୍ନ ୫ଟା ୩୦ ପରଠାରୁ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବ୍ୟବସାୟ ଜଗତର ଅନେକ ବିଶିଷ୍ଠ ପ୍ରତିଭାମାନଙ୍କ ସଫଳତାକୁ ପାଳନ କରାଯିବା ସହ ସେମାନଙ୍କୁ ସ୍ୱୀକୃତି ଦିଆଯିବ ଓ ପୁରସ୍କୃତ କରାଯିବ ।

ଭୁବନେଶ୍ୱର ରନ୍‌ୱେର ନିର୍ଦେଶକ ଜନ୍ ଅଜୟ କହିଛନ୍ତି ଯେ, “ଏଥର ଆମେ ମିଳିତ ଭାବେ ଉତ୍କଳ ଟାଇକୁନ୍‌ସ ଆୱାର୍ଡସ୍ ଓ ଭୁବନେଶ୍ୱର ରନ୍‌ୱେ ୱିକ୍ ସିଜନ୍‌-୬ ଆୟୋଜନ କରିବୁ । ଏହି ପୁରସ୍କାର ଜରିଆରେ ଆମେ ବ୍ୟବସାୟ ଜଗତର ଟାଇକନୁ୍‌ମାନଙ୍କୁ ମାନ୍ୟତା ପ୍ରଦାନ କରିବାକୁ ଚାହୁଛୁ । ଭୁବନେଶ୍ୱର ୱିକ୍ ସିଜନ୍ ୬ରେ ଡିଜାଇନରମାନେ ସେମାନଙ୍କ ଡିଜାଇନ୍‌କୁ ପ୍ରଦର୍ଶନ କରିବେ ଓ ଏଥିରେ ୩୦ ପାଖାପାଖି ମଡେଲ୍ ଅଂଶଗ୍ରହଣ କରିବେ ।’’

ସୁଶ୍ରୀ ସଙ୍ଗିତା ସାହୁ, ପ୍ରତିିଷ୍ଠାତା, ଉତ୍କଳ ଅପ୍‌ଡେଟ୍‌ସ କହିଛନ୍ତି ଯେ, “ବ୍ୟବସାୟ ଦୁନିଆରେ ଓଡ଼ିଶାର ବହୁ ଷ୍ଟାର୍ଟଅପ୍ ଭଲ କାମ କରୁଛନ୍ତି । ଉତ୍କଳ ଟାଇକୁନ୍‌ସ ଆୱାର୍ଡସ୍ ଜରିଆରେ ସେମାନଙ୍କୁ ସମ୍ମର୍ଦ୍ଧନା ଓ ମାନ୍ୟତା ପ୍ରଦାନ କରାଯିବ । ସେହିପରି ତଳକୁ ଖସିଯାଇଥିବା ଓଡ଼ିଶାର ଫେସନ ଷ୍ଟେଟମେଂଟ୍‌ରେ ଉନ୍ନତି ଆଣିବା ଲାଗି ବିଶିଷ୍ଟ ଡିଜାଇନରମାନଙ୍କ ଡିଜାଇନ୍‌କୁ ମଡେଲ୍‌ମାନେ ପ୍ରଦର୍ଶନ କରିବେ । ଏଥିରେ ଓଲିଉଡ୍ ସେଲିବ୍ରିଟି ଏଲିନା ସାମନ୍ତରାୟ ଓ ଭୁମିକା ପ୍ରମୁଖ ଅଂଶଗ୍ରହଣ କରିବେ ।’’

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି ଯେ ଉତ୍କଳ ଟାଇକୁନ୍‌ସ ଆୱାର୍ଡସ୍ ୱିଥ୍ ଭୁବନେଶ୍ୱର ରନୱେ ୱିକ୍ ସିଜନ୍‌-୬ରେ ବ୍ୟବସାୟ ଜଗତର ବହୁ ଟାଇକୁନ୍ ଓ ଆଇକନ୍‌ମାନଙ୍କୁ ମାନ୍ୟତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ଯାହାର ପ୍ରତି ବଦଳରେ ସମାନ ସଫଳତା ପାଇବା ଲାଗି ଅଭିଳାଷ ରଖିଥିବା ଯୁବପିଢ଼ି ଅନୁପ୍ରାଣିତ ହେବେ । ଓଡ଼ିଶାର ହାଇ-ଏଣ୍ଡ ଫେସନ୍ ଡିଜାଇନ୍ ସେମାନଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ସମ୍ଭାରକୁ ପ୍ରଦର୍ଶନ କରିବେ ଏବଂ ଓଲିଉଡ୍ ସେଲିବ୍ରିଟି ର‌୍ୟାମ୍ପ୍ ୱାକ୍‌ରେ ଚାଲିବେ । ଏହି ପୁରସ୍କାର ପାଇବାକୁ ବର୍ତମାନ ପିିଢ଼ିର ବ୍ୟବସାୟ ଜଗତର ଆଇକନ ଓ ଟାଇକୁନ୍‌ମାନଙ୍କ ମଧ୍ୟରେ ଅଭିଳାଷ ରହିଛି ଓ ଭବିଷ୍ୟତରେ ସମାନ ସଫଳତା ପାଇବାକୁ ଯୁବ ଉଦ୍ୟୋଗୀମାନେ ଅଭିଳାଷ ରଖିବେ ।

ଏହା ରାଜ୍ୟର ନେତୃବୃନ୍ଦଙ୍କୁ ପରସ୍ପରଙ୍କୁ ଭେଟିବା ଲାଗି ଏକ ମଂଚ ପ୍ରଦାନ କରିବ । ସେମାନେ ଭବିଷ୍ୟତର ନେତୃବୃନ୍ଦଙ୍କ ସହ ଆଲୋଚନା କରିପାରିବେ ଓ ସେମାନଙ୍କ ସହ ଭାବ ବିନିମୟ କରିପାରିବେ । ଉତ୍କଳ ଟାଇକୁନ୍‌ସ ଆୱାର୍ଡସ୍ ୱିଥ୍ ଭୁବନେଶ୍ୱର ରନୱେ ୱିକ୍ ସିଜନ୍‌-୬ ରେ ପ୍ର୍ରିୟା ଏସ (ପ୍ରିୟା ମହାପାତ୍ର), ଟାସା ୱିଙ୍ଗ୍‌ସ (ସିପ୍ରା ଦାସ), ଟିପି ଗାର୍ମେଂଟ୍‌ସ (ସାବିତ୍ରୀ ପାଣିଗ୍ରାହୀ), ଏଜେ ଫେସନ ରିଅଲ୍‌ମ (ସେଲିନା ଦାସଅନ) ଓ ରିମ୍‌ଲି ଡିଜାଇନ୍ ଷ୍ଟୁଡିଓ (ରିଲ୍‌ମି ଷ୍ଟୁଡିଓ) ଭଳି ବ୍ରାଣ୍ଡ୍ ଓ ଫେସନ ଡିଜାଇନରଙ୍କୁ ଦେଖିବାକୁ ମିଳିବ ।