No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୧୫ ମଇ ରବିବାର/ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ତହସିଲ ସୋରଡ଼ା ଅଞ୍ଚଳରେ ରେଳ ପ୍ରକଳ୍ପ ର ମାଟି କାମ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ୧୪୪ ଧାରା ଲାଗୁ କରାଯାଇଛି । ସୂଚନା ଅନୁଯାୟୀ ଜନ ସାଧାରଣ ଙ୍କ ବୃହତମ ସ୍ବାର୍ଥ ଦୃଷ୍ଟିରୁ ଖୋର୍ଦ୍ଧା- ବଲାଙ୍ଗୀର ରେଳ ପ୍ରକଳ୍ପ ର ଅଂଶ ବିଶେଷ ନୂଆଗାଁ ତହସିଲ ସୋରଡ଼ା ଅଞ୍ଚଳର ପ୍ଲଟ ନଂ ୧୮୧୭, ୧୮୧୯,୧୮୨୦,୧୮୨୧,୧୮୨୩ ଏବଂ ୧୮୨୪ ଖାତା ନଂ ୧୬୪ ସୋରଡ଼ା ଗ୍ରାମ ରେ ରେଳ ପ୍ରକଳ୍ପ ର ମାଟି କାମ କରାଯିବ ।
ତେଣୁ ଜିଲ୍ଲା ପ୍ରଶାସନ ତରଫରୁ ୧୫ ତାରିଖ ରବିବାର ସଂନ୍ଧ୍ୟା ୬ ଘଟିକା ଠାରୁ ୧୯ ତାରିଖ ଗୁରୁବାର ସଂନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଏହି ଅଞ୍ଚଳରେ ଜିଲ୍ଲା ପ୍ରଶାସନ ତରଫରୁ ୧୪୪ ଧାରା ଲାଗୁ କରାଯାଇଥିବା ନୂଆଗାଁ ତହସିଲଦାର ପ୍ରଳୟ ନନ୍ଦ ଶତପଥୀ ସୂଚନା ଦେଇଛନ୍ତି । ଏହି ସମୟ ମଧ୍ୟରେ କାର୍ଯ୍ୟରତ ଶ୍ରମିକ,କର୍ମଚାରୀ, ଯାନ ବାହାନ ବ୍ୟତୀତ ସାଧାରଣ ନାଗରିକ ଏହି ଅଞ୍ଚଳକୁ ଯିବା ପାଇଁ ନିଷେଧ କରାଯାଇଛି ।
No Result
View All Result