ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ବରଗଡ଼ ଗସ୍ତ

ଓଡ଼ିଶା ତାଜା ନ୍ୟୁଜ୍ /୧୫ ମଇ ରବିବାର/ବରଗଡ଼ :- ରାଜ୍ୟ ସରକାର ଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ବରଗଡ଼ ଜିଲ୍ଲା ରେ ନିର୍ମାଣ ଧିନ ଗଙ୍ଗାଧର ମେହେର ମେଗା ଉଠା ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ର ତଦାରଖ କରିଥିଲେ। ହୀରାକୁଦ ବନ୍ଧ ଜିରୋ ପଏଣ୍ଟ ସିକିରଡିହି ଗ୍ରାମ ନିକଟରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ସହ କଟାପାଲି ମେଗା ପାଇପ ଲାଇନ ପାଇଁ ଇନଟେକ ଓ୍ବେଲ ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ । ସେହିପର ବରଗଡ଼ ଜିଲ୍ଲା ପ୍ରଶାସନ ସହ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉକ୍ତ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ପ୍ରତି ଘରକୁ ପିଇବା ପାଣି ଯୋଗାଇ ଦିଆଯିବ। ଏଥିପାଇଁ ୫୦୮.୭୫ କୋଟି ଟଙ୍କା ବ୍ୟୟ କରାଯାଉଥିବା ବେଳେ ଉକ୍ତ ପାନୀୟ ଜଳ ଜିଲ୍ଲା ର ବରଗଡ଼, ଅତାବିରା, ଗାଇସିଲେଟ ଏବଂ ବରପାଲି ବ୍ଲକ ର ଗୋଟିଏ ପଞ୍ଚାୟତର ୩୪୯ଗ୍ରାମର ୫୮୬୭୦୫ ପରିବାର ଙ୍କୁ ପାନୀୟଜଳ ଯୋଗାଇ ଦିଆଯିବ । ଏହି ପ୍ରକଳ୍ପ କୁ ଏଲ ଏଣ୍ଡ ଟି କଂପାନୀ ନିର୍ମାଣ କରୁଥିବା ସମୟରେ ଆସନ୍ତା ବର୍ଷ ଜାନୁଆରୀ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।