ବାଲ୍ୟ ବିବାହ ନିରାକରଣ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀରେ ଥିବା ମାଆମାନଙ୍କୁ ଗ୍ରାମ୍ୟସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସଚେଚନ କରିବା ପାଇଁ ଜିଲ୍ଲା ସଂଯୋଜିକା, ମିଶନଶକ୍ତିକୁ ନିର୍ଦେଶ ଦିଆଯାଇଥିଲା ।
ଓଡ଼ିଶା ତାଜା ନ୍ୟୁଜ୍ /୧୪ ମଇ ଶନିବାର/ ନୟାଗଡ଼ :- ଅତ୍ୟ ପୂର୍ବାହ୍ନ ୧୦ଘଟିକା ସମୟରେ “ବେଟି ବଚାଓ, ବେଟି ପଢ଼ାଓ” (ଶିଶୁ ପାଇଁ ଦିନଟିଏ) କାର୍ଯ୍ୟକ୍ରମ ଯୋଜନାର ତ୍ରୈମାସିକ ଟାସ୍କଫୋର୍ସ ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଚା, ପୋମା ଟୁଟୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଡା, ଟୁକୁ ଉପସ୍ଥିତ ସମସ୍ତ ପଦାଧିକାରୀଙ୍କୁ ସ୍ଵାଗତ ଜଣାଇବା ସଙ୍ଗେ ସଙ୍ଗେ ବୈଠକର ସୂଚୀ ଅନୁଯାୟୀ ଆଲୋଚ୍ୟ ବିଷୟ ଉପସ୍ଥାପନ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ବାଲ୍ୟ ବିବାହ ବନ୍ଦ ଓ ତାହାର ସଫଳ ରୂପାୟନ ନିମନ୍ତେ ସଂପୃକ୍ତ ସମସ୍ତ ବିଭାଗର ମିଳିତ ସହଯୋଗରେ ଏକ ଯୋଜନା ପ୍ରସ୍ତୁତି ନିମନ୍ତେ ନିଷ୍ପତି ହୋଇଥିଲା ।
ବିଦ୍ୟାଳୟସ୍ତରରେ ପାଠ ଛାଡୁଥିବା କିଶୋରୀମାନଙ୍କ ( ୧୦ ରୁ ୧୮ବର୍ଷ) ଉପରେ ସ୍ଵତନ୍ତ୍ର ନଜର ରଖିବା ପାଇଁ ଅଂଚଳର ଅଙ୍ଗନବାଡ଼ି କର୍ମୀମାନଙ୍କୁ ସଜାଗ ରହିବା ନିମନ୍ତେ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ ଜିଲ୍ଲାର ମନ୍ଦିରମାନଙ୍କରେ ହେଉଥିବା ବିବାହ କାର୍ଯ୍ୟର ପଂଜିକରଣ କରାଯିବ ଏହି ପଂଜିକରଣରେ ଆଧାର ଜନ୍ମ ତାରିଖକୁ ଗ୍ରହଣ କରା ନ ଯାଇ ସଂପୃକ୍ତ ଅଙ୍ଗନବାଡ଼ି କେନ୍ଦ୍ରର ଅଲିଭା ରେଜିଷ୍ଟରର ଜନ୍ମ ତାରିଖକୁ ଗ୍ରହଣ କରିବା ନିମନ୍ତେ ନିଷ୍ପତି ହୋଇଥିଲା । ବାଲ୍ୟ ବିବାହ ବନ୍ଦ କରିବା ଅଭିଯୋଗଗୁଡ଼ିକର ଶୁଣାଣି ସଂପୃକ୍ତ କିଶୋଗୀର ପିତାମାତା, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ଶିଶୁ ମଙ୍ଗଳ ସମିତି ସଭ୍ୟ/ସଭ୍ୟା, ବାଲ୍ୟ ବିବାହ ନିଷେଧ ଅଧିକାରୀ, ଶିଶୁ ସୁରକ୍ଷା ଅଧିକାରୀ ପ୍ରମୁଖ ସମସ୍ତ ଜନଶୁଣାଣି ଶିବିରରେ ଉପସ୍ଥିତ ରହି ସମସ୍ୟାର ସମାଧାନ କରାଯିବା ଉପରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ବାଲ୍ୟ ବିବାହ ନିରାକରଣ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀରେ ଥିବା ମାଆମାନଙ୍କୁ ଗ୍ରାମ୍ୟସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସଚେଚନ କରିବା ପାଇଁ ଜିଲ୍ଲା ସଂଯୋଜିକା, ମିଶନଶକ୍ତିକୁ ନିର୍ଦେଶ ଦିଆଯାଇଥିଲା । ପୁଅଙ୍କ ତୁଳନାରେ ଝିଅଙ୍କ(୦ ରୁ ୬ବର୍ଷ) ସଂଖ୍ୟା ସର୍ବାଧିକ ମାତ୍ରାରେ ହ୍ରାସ ପାଉଥିବା ପଂଚାୟତଗୁଡ଼ିକୁ ପୋଷ୍ୟ ପଂଚାୟତ ଭାବରେ ଗ୍ରହଣ କରିବା ସହ ବାଲ୍ୟବିବାହରେ ସଂପୃକ୍ତ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ବିଭାଗକୁ ପରାମର୍ଶ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଲେଖ ଚନ୍ଦ୍ର ପହି , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ,ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ମଂଚାସୀନ ଥିଲାବେଳେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥାଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଶ୍ରୀ ସତ୍ୟରଂଜନ ଦାଶ (ଆନୁଷ୍ଠାନିକ ଅଧିକାରୀ), ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ନୟାଗଡ଼ରେ ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିର :- ଆସନ୍ତା ୧୬.୫.୨୦୨୨( ସୋମବାର ) ଦିନ ସରକାରୀ ଛୁଟି ଦିନ ପଡ଼ୁଥିବାରୁ,୧୭.୫,୨୦୨୨ରିଖ (ମଙ୍ଗଳବାର) ଦିନ ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହେବ ।