ଗଜପତି ଜିଲ୍ଲା ନୂଆଗଡ ବ୍ଲକର ୫ଟି ରୁପାନ୍ତିକରଣ ବିଭିନ୍ନ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ – ପିଡି ଡିଆର୍‌ଡିଏ

ଓଡ଼ିଶା ତାଜା ନ୍ୟୁଜ୍ /୧୩ ମଇ ଶୁକ୍ରବାର /ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାଏକ ନୂଆଗଡ ବ୍ଲକର ବିଭିନ୍ନ ୫ଟି ରୂପାନ୍ତିକରଣ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟର ପରିଦର୍ଶନ ଓ ନିରୀକ୍ଷଣ କରିଥିବାର ଜଣାପଡିଛି । ପିଡି ଡିଆର୍‌ଡିଏ ଶ୍ରୀ ନାଏକ କେରେଡାଙ୍ଗ ଠାରେ ଥିବା ହାଇସ୍କୁଲ, ସରଳାପଦର ଗ୍ରାମ ଠାରେ ଥିବା ହାଇସ୍କୁଲ ଏବଂ ନୂଆଗଡ ଠାରେ ଥିବା ଏଲ୍‌ଏନ୍ ବିଦ୍ୟାପୀଠ ଆଦିର ପରିଦର୍ଶନ ଓ ନିରୀକ୍ଷଣ କରିଥିଲେ ।

ବିଦ୍ୟାଳୟ ଗୁଡିକରେ ଚାଲିଥିବା ସ୍ମାର୍ଟ ବୋର୍ଡ, ଇ-ଲାଇବ୍ରେରୀ, ବିଜ୍ଞାନଗାର, କମ୍ପ୍ୟୁଟର ଲ୍ୟାବ, ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ, ଖେଳପଡିଆ, ବଗିଚା ଆଦି ନିର୍ମାଣ ତଥା ଉନ୍ନୟନ କାର୍ଯ୍ୟ ସମ୍ପର୍କେ ପଚାରି ବୁଝିଥିଲେ । ଏହାସହ ବକେୟା କାମଗୁଡିକୁ ଅତି ଶୀଘ୍ର ସମାପନ କରିବା ପାଇଁ ପରାମର୍ଶ ଦେଇଥିବାର ଜଣାପଡିଛି । ପିଡିଙ୍କ ଏହି ପରିଦର୍ଶନ ସମୟରେ ବ୍ଲକସ୍ତରୀୟ ଅଧିକାରୀ, ସହକାରୀଯନ୍ତ୍ରୀ, ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଉନ୍ନୟନ କାର୍ଯ୍ୟର ବିଭିନ୍ନ ବିବରଣୀ ସମ୍ପର୍କରେ ଆଲୋଚନା କରିଥିଲେ ।