No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୧୨ ମଇ ଗୁରୁବାର/ରଣପୁର :- ରଣପୁର ବ୍ଲକ୍ ଅନ୍ତର୍ଗତ ବଜ୍ରକୋଟ ଗାଁରେ ୯ ଦିନ ଧରି ଚାଲି ଆସୁଥିବା ଉଦଣ୍ଡ ଝାମୁଯାତ୍ରା ଆଜି ଉଦ୍ଯାପିତ ହୋଇଯାଇଛି । ତେବେ ବଜ୍ରକୋଟସ୍ଥିତ ବାବା ବାଲୁଙ୍କେଶ୍ଵର ଦେବ ପୀଠରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ଉଦଣ୍ଡ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତେବେ ୯ ଦିନ ପାଇଁ ପାଣି ତୋଳା ହୋଇଥିବା ବେଳେ ପବିତ୍ର ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇ ଆଜି ଉଦଣ୍ଡ ଝାମୁଯାତ୍ରା ସଂପନ୍ନ ହୋଇଯାଇଛି । ତେବେ ବାବା ବାଲୁଙ୍କେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଭଗତାମାନେ ଉଦୁଉଦିଆ ଖରାରେ ନିଆଁରେ ଚାଲିଥିବା ଦୃଶ୍ୟ ଭକ୍ତମାନଙ୍କୁ ବେଶ୍ ଆକର୍ଷିତ କରିଥିଲା ।
ତେବେ ମନାସିଧାରୀ ଭଗତାମାନେ ୯ ଦିନ ଧରି କେବଳ ରାତିରେ ପଣାପାନ କରନ୍ତି, ଦିନତମାମ୍ ଉପବାସ ରୁହନ୍ତି । ଏଥିରେ ୩ ଜଣ ପାଟଭଗତା, ଜଣେ କାଳିସୀ ଓ ୪୦ ଜଣ ଦଣ୍ଡୁଆ ଚଳିତ ଉଦଣ୍ଡ ଝାମୁ ଯାତ୍ରାରେ ମିଶିଥିବା ଦେଖିବାକୁ ମିଳିଥିଲା । ସେହିପରି ଉଦଣ୍ଡ ଠାକୁରଙ୍କ ଚଡ଼େୟା ସୁଆଙ୍ଗ ପ୍ରତି ସନ୍ଧ୍ୟାରେ ମନାସିଧାରୀ ଭକ୍ତଙ୍କ ଦୁଆରେ ପରିବେଷଣ କରାଯାଇଥାଏ ।
No Result
View All Result