ପବିତ୍ର ଘୋଷ ଯାତ୍ରା ପାଇଁ ମହିତମା ସେକ୍ସନ ରୁ ଗଲା କାଠ

ଓଡ଼ିଶା ତାଜା ନ୍ୟୁଜ୍ /୧୧ ମଇ ବୁଧବାର /ନୂଆଗାଁ : ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନରେ ଥିବା ମହିତମା ସେକ୍ସନ ରୁ ପବିତ୍ର ଘୋଷ ଯାତ୍ରା ପାଇଁ କାଠ ପଠା ଯାଇଛି । ଏକ ଟ୍ରକ୍ ରେ ୧୫ ଖଣ୍ଡ ଧଉରା ଓ ଅସନ କାଠ,୧୨ ଖଣ୍ଡ ମଇ କାଠ,୨୦ ଖଣ୍ଡ ବଲ୍ଲା ପୁରୀ ରଥ ଖଳା ଅଭିମୁଖେ ପଠା ଯାଇଛି । ପୁରୀ ଖଳା କୁ କାଠ ପଠାଇବା କାର୍ଯ୍ୟ ଦୀର୍ଘ ୪ ମାସ ଧରି ଫରେଷ୍ଟର ରାକେଶ କୁମାର ସାହୁ ଓ ବନରକ୍ଷୀ ଅର୍ଧେନ୍ଦୁ ପରିଡ଼ା କରି ଆସୁଥିଲେ ।