ଓଡ଼ିଶା ତାଜା ନ୍ୟୁଜ୍ /୧୧ ମଇ ବୁଧବାର /ଭୁବନେଶ୍ୱର :- ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଯୁବ ରେଡକ୍ରସ୍ ବିଭାଗ ତରଫରୁ ବିଶ୍ବ ରେଡ୍ କ୍ରସ୍ ଦିବସ ପାଳିତ ହୋଇଯାଇଅଛି । ବିଶ୍ଵବିଦ୍ୟାଳୟର ସମ୍ମାନନୀୟା କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କର ପୃଷ୍ଠପୋଷକତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ପ୍ରଫେସର ସସ୍ମିତା ମହାନ୍ତି ଉପସ୍ଥିତ ରହି ବିଶ୍ବ ସ୍ତରରେ ରେଡ୍ କ୍ରସ୍ ର ଭୂମିକା ବିଷୟରେ ଆଲୋକପାତ କରି ବିଶ୍ୱବିଦ୍ୟାଳୟର ସ୍ବେଚ୍ଛାସେବୀ ମାନଙ୍କୁ ପ୍ରେରଣା ଓ ଉତ୍ସାହିତ କରିଥିଲେ ।

ଓଡିଶା ରାଜ୍ୟ ଶାଖା ର ଯୁବ ରେଡ୍ କ୍ରସ୍ ଅଧିକାରୀ ଡ.ରମେଶ ଚନ୍ଦ୍ର ବେହେରା ମୁଖ୍ୟ ବକ୍ତା ହିସାବରେ ଯୋଗ ଦେଇ ସମାଜ ପ୍ରତି ସ୍ବେଚ୍ଛାସେବୀ ମାନଙ୍କ କର୍ତ୍ତବ୍ୟ ଓ ବିବିଧ ଦର୍ଶନ କୁ ଆଧାର କରି ଦୟା, ଧର୍ମ, ସେବା ତଥା ମା ରମାଦେବୀ ଙ୍କର ଜୀବନ ଶୈଳୀ ଓ ପରୋପକାର ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଡ. ବେହେରା ଙ୍କ ବକ୍ତବ୍ଯ ରେ ଅନୁପ୍ରାଣିତ ହୋଇ ଅନେକ ଛାତ୍ରୀ ରକ୍ତ ଦାନ ଭଳି ମହତ୍ କାର୍ଯ୍ୟ କୁ ଆଗେଇ ଆସିଥିଲେ । ବିଶ୍ୱବିଦ୍ୟାଳୟର ଯୁବ ରେଡ୍ କ୍ରସ୍ ଅଧିକାରୀ ପ୍ରଫେସର୍ ପ୍ରଣତୀ କୁମାରୀ ସାହୁ ଛାତ୍ରୀ ମାନଙ୍କୁ ତାଙ୍କର ଶୃଙ୍ଖଳା ଓ କର୍ତ୍ତବ୍ୟ ବିଷୟରେ ବୁଝାଇଥିଲେ ।

ଯୁବ ରେଡ୍ କ୍ରସ୍ କାଉନସେଲର ଡ. ରେବତୀ କାନ୍ତ ମହାରଣା ସ୍ବାଗତ ଭାଷଣ ଦେଇଥିଲେ ଏବଂ ଏହି କାର୍ଯ୍ୟକ୍ରମକୁ ଡ. ବିମଳା ପାତ୍ର ପରିଚାଳନା କରିଥିଲେ । ବିଶ୍ବବିଦ୍ୟାଳୟର ବହୁ ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରୀମାନେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ଫଳପ୍ରଦ କରିଥିଲେ । ପରିଶେଷରେ ଯୁବ ରେଡ୍ କ୍ରସ୍ ସ୍ବେଚ୍ଛାସେବୀ ତଥା ଯୁକ୍ତ ତିନି ର ପ୍ରଥମ ବର୍ଷ ଛାତ୍ରୀ କୁମାରୀ ଶାଶ୍ବତୀ ପ୍ରିୟଦର୍ଶିନୀ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।