ରାଜଭବନରେ ପ୍ରଦର୍ଶିତ ହେଲା ଚଳଚ୍ଚିତ୍ର ‘ପରିଚୟ’ ରାଜ୍ୟପାଳଙ୍କ ପ୍ରଶଂସା ଓ ସଂବର୍ଦ୍ଧନା

ଓଡ଼ିଶା ତାଜା ନ୍ୟୁଜ୍ /୦୯ ମଇ ସୋମବାର/ଭୁବନେଶ୍ୱର :- ରାଜଭବନରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପରିଚୟ’ ର ସ୍ୱତନ୍ତ୍ର ପ୍ରଦର୍ଶନ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉପସ୍ଥିତ ରହି ଚଳଚ୍ଚିତ୍ରଟି ଉପଭୋଗ କରିବା ସହିତ ଏପରି ସୃଜନ ପ୍ରୟାସକୁ ପ୍ରଶଂସା କରିଛନ୍ତି । ସେ ଚଳଚ୍ଚିତ୍ରର ବିଷୟକୁ ଭାବ-ଉଦ୍ରେକକାରୀ ଓ ଏହାର ବାର୍ତ୍ତା ପ୍ରଭାବଶାଳୀ ବୋଲି ଉଲ୍ଲେଖ କରିଛନ୍ତି ।

‘ପରିଚୟ’ ର ପ୍ରଯୋଜକ ଓ ନିର୍ଦ୍ଦେଶକ ସାତ୍ୟକି ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଗୋଟିଏ ଜାରଜର ଅତ୍ମପରିଚୟ ଅନେ୍ୱଷଣ ଏବଂ ସମାଜର ଅବହେଳା ଓ ଉଦାସୀନତା ଚଳଚ୍ଚିତ୍ରର ଭାବବସ୍ତୁ ବୋଲି ପ୍ରକାଶ କରିଥିବାବେଳେ

ଚଳଚ୍ଚିତ୍ରର ସହ-ପ୍ରଯୋଜିକା ଶୁଚିସ୍ମିତା ମିଶ୍ର ଚଳଚ୍ଚିତ୍ର ନିର୍ମାଣର ପ୍ରେରଣା ଓ ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ରାଜ୍ୟପାଳ ପ୍ରଫେସର ଲାଲ ନିର୍ଦ୍ଦେଶକ ସାତ୍ୟକି ମିଶ୍ରଙ୍କ ସମେତ ଚଳଚ୍ଚିତ୍ରସଂପୃକ୍ତ କଳାକାର ଓ ବୈଷୟିକ ସହଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କଳାକାରଙ୍କ ସହ ରାଜଭବନର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।