ପ୍ରଥମ ସମୀକ୍ଷା ବୈଠକରେ ଅବହେଳିତ କାର୍ଯ୍ୟ ମନୋବୃତ୍ତିକୁ ନେଇ ଅସନ୍ତୁଷ୍ଟ ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା ।

ଓଡ଼ିଶା ତାଜା ନ୍ୟୁଜ୍ /୦୮ ମଇ ରବିବାର/ ଓଡ଼ଗାଁ :- ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ୍ ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୮ ଟି ଗ୍ରାମପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ର ସମୀକ୍ଷା କଲେ ରଣପୁର ବିଧାୟକ । ଓଡ଼ଗାଁ ପଞ୍ଚାୟତ ସମିତି ସଭା ଗୃହରେ ଅନୁଷ୍ଠିତ ଏହି ବୈଠକର ଆୟୋଜନ କରାଯାଇଥିଲା । ବିଧାୟକଙ୍କ ସମେତ ୩ନଂ ଜୋନ୍ ର ଜିଲ୍ଲାପରିଷଦ ସଭ୍ୟା ଚିନ୍ମୟୀ ଦାଶ ଏବଂ ୪ ନଂ ଜୋନ୍ ର ସଂଯୁକ୍ତା ପଢିହାରୀ, ଓଡ଼ଗାଁ ବ୍ଳକ୍ ଅଧ୍ୟକ୍ଷ ଲୋକନାଥ ସାହୁ,

ବିଡିଓ ସ୍ୱାତୀ ଲେଖା ଦାସ ଏବଂ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅରୁନ୍ଧତୀ ପଣ୍ଡା ଙ୍କ ସହିତ ୧୮ ପଞ୍ଚାୟତ ରୁ ନବନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟ ମାନେ ପ୍ରଥମ କରି ଯୋଗ ଦେଇଥିଲେ । ହେଲେ ଏହି ଭଳି ପ୍ରଥମ ସମୀକ୍ଷା ବୈଠକରେ ଅବହେଳିତ କାର୍ଯ୍ୟ ମନୋବୃତ୍ତିକୁ ନେଇ ଅସନ୍ତୁଷ୍ଟ ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା । ବିଧାୟକ ପାଣ୍ଠିର ବିନିଯୋଗ ପରେ ସମସ୍ତ ପଞ୍ଚାୟତର ଆଦୌ ଉନ୍ନୟନମୂଳକ ପ୍ରକଳ୍ପ ନିର୍ମାଣ ହୋଇନଥିବା ବେଳେ ନିର୍ମାଣାଧୀନ ଥିବା ଏବଂ ନିର୍ମାଣ କାର୍ଯ୍ୟ ସରିଥିବା ପ୍ରକଳ୍ପ ଗୁଡିକ ସମ୍ପର୍କରେ ପଞ୍ଚାୟତ ପ୍ରତିନିଧି ମାନଙ୍କ ଠାରୁ ପଚାରି ବୁଝିଥିଲେ ।

ଏବଂ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ପରିଷଦ ୩ନଂ ଜୋନ୍ ର ସମର୍ଥକଙ୍କ ଦ୍ୱାରା ୪ନଂ ଜୋନ୍ ରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ନିର୍ମାଣ କୁ ନେଇ ଉକ୍ତ ବୈଠକରେ ଛକା ପଞ୍ଝା ଲାଗିବା ସହିତ ଉକ୍ତ ପ୍ରକଳ୍ପ କାର୍ଯ୍ୟ ବିଷୟରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତାକୁ ନେଇ କିଛି ସମୟ ଘଣ୍ଚାଚକଟା ପରେ ଅସମ୍ପୁର୍ଣ୍ଣ ଅବସ୍ଥାରେ ବୈଠକ ସମାପ୍ତ ହୋଇଥିଲା ।