No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୦୮ ମଇ ରବିବାର/ ନୟାଗଡ଼ :- ରୋଟାରୀ କ୍ଲବ ନୟାଗଡ଼ ଆନୁକୂଲ୍ୟରେ ଆଜି ବିଶ୍ବ ମାତୃ ଦିବସ ସ୍ଥାନୀୟ ବୃଦ୍ଧାଶ୍ରମ ସମର୍ପଣରେ ପାଳିତ ହୋଇଯାଇଛି । ରୋଟାରୀ କ୍ଲବ ସଭାପତି ଧିରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ରୋଟାରିୟାନ ସୁବୋଧ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବାବେଳେ ରୋଟାରିଆନ ପ୍ରସନ୍ନ ବସନ୍ତିଆ ବୃଦ୍ଧାଶ୍ରମ ର ମହିଳା ଅନ୍ତେବାସୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରିଥିଲେ ।
ଏହି ସଭାରେ ଉପସ୍ଥିତ ଅତିଥିମାନେ ସମାଜ ପାଇଁ ‘ମା’ ର ଅବଦାନ ଉପରେ ଆଲୋଚନା କରିଥିଲେ ଏବଂ ଅନ୍ତେବାସୀ ମାନଙ୍କୁ କେକ ଏବଂ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏହି ଉତ୍ସବ ପାଳନ କରିବାରେ ରୋଟାରୀ କ୍ଲବ ସଦସ୍ୟ ରୋଟାରିଆନ ପ୍ରକାଶ ପଟ୍ଟନାୟକ, ମଦନ ମୋହନ ମହାପାତ୍ର, ପ୍ରବୀର ପୃଷ୍ଟି ଏବଂ ବୃଦ୍ଧାଶ୍ରମ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ଅରୁଣ ମହାନ୍ତି ସହାୟତା କରିଥିଲେ, ପରିଶେଷରେ ରୋଟାରିଆନ ଶ୍ରୀଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result