ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ ମିଷ୍ଟାନ୍ନ ବଣ୍ଟନ କଲେ – ବ୍ଲକ୍ ଅଧ୍ୟକ୍ଷା

ଛାତ୍ର ଛାତ୍ରୀ ମାନଙ୍କୁ ପଚାରି ବୁଝିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ : ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା

ଓଡ଼ିଶା ତାଜା ନ୍ୟୁଜ୍ /୦୭ ମଇ ଶନିବାର / ନୂଆଗାଁ :- ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ସାରିଯାଇଛି । ଶେଷ  ଦିନ ରେ ଛାତ୍ର ଛାତ୍ରୀ ଇତିହାସ ଏବଂ ଭୂଗୋଳ ପରୀକ୍ଷା ଦେଇଛନ୍ତି । ମହିପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ପରୀକ୍ଷା ଦେଉଥିବା ମାଟ୍ରିକ  ଛାତ୍ରୀ ଙ୍କୁ   ଉତ୍ସାହିତ କରିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ।

ପରୀକ୍ଷା ପରିସମାପ୍ତି ପରେ ପରୀକ୍ଷା କିପରି ହୋଇଛି  ଛାତ୍ର ଛାତ୍ରୀ ମାନଙ୍କୁ ପଚାରି ବୁଝିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ  ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା । ଅଧ୍ୟକ୍ଷା ଙ୍କ ସହ ତାଙ୍କ ସ୍ବାମୀ ସମାଜସେବୀ ଶଙ୍କର୍ଷଣ ବେହେରା ମଧ୍ୟ ଉପସ୍ଥିତ ରହି ପରୀକ୍ଷା ସମ୍ପର୍କରେ ଛାତ୍ର ଛାତ୍ରୀ ଙ୍କୁ ପଚାରି ବୁଝିଥିଲେ ।