No Result
View All Result
ଛାତ୍ର ଛାତ୍ରୀ ମାନଙ୍କୁ ପଚାରି ବୁଝିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ : ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା
ଓଡ଼ିଶା ତାଜା ନ୍ୟୁଜ୍ /୦୭ ମଇ ଶନିବାର / ନୂଆଗାଁ :- ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ସାରିଯାଇଛି । ଶେଷ ଦିନ ରେ ଛାତ୍ର ଛାତ୍ରୀ ଇତିହାସ ଏବଂ ଭୂଗୋଳ ପରୀକ୍ଷା ଦେଇଛନ୍ତି । ମହିପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ପରୀକ୍ଷା ଦେଉଥିବା ମାଟ୍ରିକ ଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ।
ପରୀକ୍ଷା ପରିସମାପ୍ତି ପରେ ପରୀକ୍ଷା କିପରି ହୋଇଛି ଛାତ୍ର ଛାତ୍ରୀ ମାନଙ୍କୁ ପଚାରି ବୁଝିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା । ଅଧ୍ୟକ୍ଷା ଙ୍କ ସହ ତାଙ୍କ ସ୍ବାମୀ ସମାଜସେବୀ ଶଙ୍କର୍ଷଣ ବେହେରା ମଧ୍ୟ ଉପସ୍ଥିତ ରହି ପରୀକ୍ଷା ସମ୍ପର୍କରେ ଛାତ୍ର ଛାତ୍ରୀ ଙ୍କୁ ପଚାରି ବୁଝିଥିଲେ ।
No Result
View All Result