ଓଡ଼ିଶା ତାଜା ନ୍ୟୁଜ୍ /୦୭ ମଇ ଶନିବାର / ନୂଆଗାଁ :- ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଙ୍କ ନିର୍ଦ୍ଦେଶ କ୍ରମେ କାଳ ବୈଶାଖୀ ରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କୁ ଭେଟିଛନ୍ତି ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା ଏବଂ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ।ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଢେଙ୍କେଣା ଏବଂ ଚାହାଳି ପଞ୍ଚାୟତ ରେ କାଳ ବୈଶାଖୀ ରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କୁ ଭେଟି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ
ଅଧ୍ୟକ୍ଷା ଙ୍କ ପ୍ରତିନିଧି ଏବଂ ବ୍ଲକ୍ ଉପାଧ୍ୟକ୍ଷ।ତତ୍ ସହିତ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ଜରିପାଲ ଯୋଗାଇଦେବା ପାଇଁ ମହିପୁର ଆର୍ ଆଇ ଅଶୋକ କୁମାର ପଢ଼ିଆରୀ ଙ୍କୁ କହିଥିଲେ । ଢେଙ୍କେଣା ସରପଞ୍ଚ ଯୁଗଳ କିଶୋର ସାହୁ, ଚାହାଳି ସରପଞ୍ଚ ସୁବାସ ବେହେରା, ଚାହାଳି ସମିତି ସଭ୍ୟ ଙ୍କ ପ୍ରତିନିଧି ସୁବାସ ଚନ୍ଦ୍ର ମିଶ୍ର ଯୋଗଦେଇ କ୍ଷତିଗ୍ରସ୍ତ ଲୋକମାନଙ୍କ ସମସ୍ୟା ପଚାରି ବୁଝିଥିଲେ ।














