ଓଡ଼ିଶା ତାଜା ନ୍ୟୁଜ୍ /୦୭ ମଇ ଶନିବାର / ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନାକୁ ଆସିଥିବା ଡିଏସପି ବିରଞ୍ଚି ନାରାୟଣ ଜଗତ ଙ୍କ ନିର୍ଦ୍ଦେଶକ୍ରମେ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ପାପ୍ତ ସୂଚନା ଅନୁଯାୟୀ ବୈପାରିଗୁଡା ଥାନା ଅନ୍ତର୍ଗତ ଘୋଡାଘାଟ ଅଚଂଳରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ମିଳିବା ପରେ ଡିଏସପି ବିରଞ୍ଚି ନାରାୟଣ ଜଗତ , ଥାନା ଆଇଆଇସି ଅଶ୍ବିନୀ କୁମାର ପଟ୍ଟନାୟକ ଏବଂ ଥାନା କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ କରିବା ସହ ଘଟଣା ସ୍ଥଳରେ ପହଞ୍ଚି ଏକ କ୍ୱିଣ୍ଟାଲରୁ ଊର୍ଦ୍ଧ୍ଵ ଗଞ୍ଜେଇ ସହ ୪ ଜଣଙ୍କୁ ଗିରଫ କରିବାରେ ଏକ ବଡ ସଫଳ ହାସଲ କରିଛନ୍ତି ।

ସୂଚନା ମୁତାବକ ଛତିଶଗଡ ଅଞ୍ଚଳରୁ ଏକ ବୋଲେର ଗାଡି ନଂ CG 04 NM 1944 ଗାଡିରେ ୪ ବସ୍ତା ଗଞ୍ଜେଇ ଧରି ୪ ଜଣ ଯୁବକଙ୍କ ସହିତ ବୈପାରିଗୁଡା ଅଚଂଳର କିଛି ଲୋକ ନଦୀ ପାର ହେବା ପାଇଁ ଯୋଜନା କରୁଥିବା ସମୟରେ ବୈପାରିଗୁଡା ପୋଲିସ ପକ୍ଷରୁ ଚଢାଉ କରି ୧୦୦ କେଜି ୭ ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ହୋଣ୍ଡା ସାଇନ ବାଇକ ଓଡି ୧୦ କେ ୫୮୭୮ ଓ ଓଡି ୧୦ ଆର ୩୬୦୧ ବାଇକ ମଧ୍ଯ ଜବତ କରାଯାଇଛି !

ମାଜିଷ୍ଟ୍ରେଟ ଭାବେ ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀଙ୍କ ଉପସ୍ଥିତିରେ ଓଜନ କରିବାରୁ ତାହା ୧୦୦ କେଜି ୭ ଶହ ଗ୍ରାମ ହୋଇଥିଲା । ଏଥିରେ ସମ୍ପୃକ୍ତ ଥିବା ଯୁବକ ମାନଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗଂଜେଇ ସବୁକୁ ବାହାର ରାଜ୍ଯକୁ ଚାଲାଣ ହେଉଥିବା ନେଇ ଜଣାପଡ଼ିଛି । ଏ ନେଇ ଥାନା ଅଧିକାରୀ ତଥା ଡିଏସପି ବିରଞ୍ଚି ନାରାୟଣ ଜଗତ ସୂଚନା ଦେଇଛନ୍ତି ।