କାରଣ ଦକ୍ଷତା ବିକାଶର ମୂଳଦୁଆ ହେଉଛି ଆଇଟିଆଇ ଏବଂ ପଲିଟେକନିକ । ଦକ୍ଷତା ବିକାଶରେ ମହିଳାଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ମଧ୍ୟ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ସେହିପରି ତୃଣମୂଳ ସ୍ତରରେ ଦକ୍ଷତା ବିକାଶ କରିବା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ବିଦ୍ୟାଳୟ ସ୍ତରରେ ସ୍କିଲ ଭିତ୍ତିଭୂମି ସୁଦୃଢ କରିବା ପାଇଁ ରାଜ୍ୟ ସରକାରଙ୍କ ୫-ଟିି’ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ‘ମୋ ସ୍କୁଲ ଅଭିଯାନ’ରେ ରାଜ୍ୟର ପାଖାପାଖି ୫୬,୦୦୦ ସରକାରୀ ବିଦ୍ୟାଳୟର ରୂପାନ୍ତରଣ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ ବାଗ୍ଚୀ ଉଲ୍ଲେଖ କରିଥିଲେ ।
ସୂଚନାଯୋଗ୍ୟ ଯେ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ତାଲିମ ନିର୍ଦ୍ଦେଶାଳୟ ପାଇଁ ଏହି ସେବା ସ୍ୱତନ୍ତ୍ର ଭାବରେ ସୃଷ୍ଟି କରାଯାଇଛି ଏବଂ ଏହା ଗ୍ରୁପ୍ ଏ’ ସେବା ଅଟେ । ସଂଘ ଲୋକ ସେବା ଆୟୋଗ(ୟୁପିଏସ୍ସି) ଦ୍ୱାରା ପରିଚାଳିତ ଭାରତୀୟ ଇଞ୍ଜିନିୟରିଂ ସେବା ପରୀକ୍ଷା ମାଧ୍ୟମରେ ଆଇଏସ୍ଡିଏସ୍ କ୍ୟାଡରର ଅଧିକାରୀଙ୍କୁ ଚୟନ କରାଯାଇଥାଏ ଏହି ଆଇଏସ୍ଡିଏସ୍ ଅଧିକାରୀମାନେ ଦେଶର ସ୍କିଲ ଇକୋ ସିଷ୍ଟମକୁ ସୁଦୃଢ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ଶ୍ରୀ ପିନାକୀ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ ।© 2023 Odisha Taza News.