ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ରାଜ୍ୟବ୍ୟାପୀ ଜନସାଧାରଣଙ୍କ ହିତ ଉପଲକ୍ଷେ ଜଳଛତ୍ର ଆୟୋଜନ କରାଯାଉଛି । ଏହି ଜଳଛତ୍ରକୁ ପ୍ରତେକ କଲେଜ କ୍ୟାମ୍ପସ ରେ ବ୍ୟାପକ କରାଯିବ । ଆଗାମୀ ଦିନରେ ରାଜ୍ୟବ୍ୟାପୀ ଲୋକମାନଙ୍କ ହିତ ଉଦ୍ଦେଶ୍ୟରେ ଆୟୋଜନ କରାଯାଉଥିବା ଜଳଛତ୍ର କାର୍ଯ୍ୟକ୍ରମକୁ ବିଜୁ ଛାତ୍ର ଜନତା ଦଳର ପ୍ରତେକ କର୍ମକର୍ତ୍ତା ସଫଳତା ର ସହ ସମାପନ କରିବେ ବୋଲି ମୋର ଦୃଢ ଆଶା ଓ ବିଶ୍ବାସ ରହିଛି । ଏହି ଅବସରରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ବିଜୁ ଛାତ୍ର ଜନତା ଦଳର ଜନସାଧାରଣ ଙ୍କ ହିତ ନିମନ୍ତେ ଜଳଛତ୍ର ଭଳି ସାମାଜିକ କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ ।
ତତ୍ ସହିତ ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପ ସଭାପତି ଅପୂର୍ବ ଅପରୂପା, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ୍ ପାଲଟା ସିଂ, ମିକୁ ପ୍ରଧାନ,ସଂକେତ ରାୟ, ଦେବସ୍ମିତା ଦାସ,ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ରଞ୍ଜିତ ଦାସ, ସଂସଦ ନାୟକ, ଶଶିକାନ୍ତ ମିଶ୍ର ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ରାଜଲକ୍ଷ୍ମୀ ବେହେରା,ଖୋର୍ଦ୍ଧା ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର ସଭାପତି ବିଶ୍ବଦିପ ପ୍ରଧାନ, ଛାତ୍ରନେତା ସମୀରଣ ଦାସ, ରାଜେଶ ପାଣି,ଅନିଲ କୁମାର ମହାନ୍ତି, ସୁଶୀଲ କାନ୍ତ ପ୍ରଧାନ, ଶାଶ୍ଵତ ଲେଙ୍କା, ଆନନ୍ଦ କୁମାର ମଲ୍ଲିକ, ଅସ୍ମିତ୍ ଦାସ,ସୁମନ୍ ସାହୁ, ରୁଦ୍ର ନାରାୟଣ ସାହୁ ଗୋପାଳ ସାହୁ,ସମେତ ଅନେକ ପ୍ରମୁଖ ଯୁବ ଛାତ୍ର ନେତୃବୃନ୍ଦ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ପରିଚାଳନା କରୁଥିଲେ ।© 2023 Odisha Taza News.