No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୦୫ ମଇ ଗୁରୁବାର/ଭୁବନେଶ୍ୱର :- ସମ୍ଭାବ୍ୟ ବାତ୍ୟା ସଂପର୍କରେ ରାଜୀବ ଭବନଠାରେ ଗଣମାଧ୍ୟମର ଉପସ୍ଥିତ ପ୍ରତିନିଧିମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ପ୍ରଦୀପ ଜେନା କହିଲେ ଯେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଘୂର୍ଣ୍ଣିବଳୟ ଅବପାତର ରୂପ ନେଇପାରେ । ଅବପାତରୁ ତୀବ୍ର ଅବପାତ ଓ ବାତ୍ୟା ହେବ କି ନାହିଁ ଆସନ୍ତା କାଲି ସନ୍ଧ୍ୟାବେଳକୁ ଏହା ସ୍ପଷ୍ଟ ହୋଇଯିବ । ପରିସ୍ଥିତିକୁ ଆଖି ଆଗରେ ରଖି ସରକାର ୧୮ଟି ଜିଲ୍ଲାକୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସ୍ୱତନ୍ତ୍ର ରିଲିଫ୍ କମିଶନର ଆଲୋଚନା କରିଛନ୍ତି ।
ଏନ୍ଡିଆର୍ଏଫ୍, ଓଡ୍ରାଫ, ରାଜ୍ୟ ଅଗ୍ନିଶମ ସେବାର ଅଧିକାରୀମାନଙ୍କ ସହିତ ଆଗୁଆ ପ୍ରସ୍ତୁତି ସଂପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ଆବଶ୍ୟକ ସ୍ଥଳେ ସେମାନଙ୍କୁ ମୁତୟନ କରାଯିବ । ଶକ୍ତି ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସହିତ ନିରନ୍ତର ବିଦୁ୍ୟତ ଶକ୍ତି ଯୋଗାଣ ଓ ପାନୀୟ ଜଳ ଯୋଗାଇଦେବା ନେଇ ଆଲୋଚନା ହୋଇଛି । ଆସନ୍ତାକାଲି ଟେଲିକମ୍ ସେବା ଯୋଗାଣକାରୀମାନଙ୍କ ସହିତ ଆଲୋଚନା କରାଯିବ । ଲୋକମାନଙ୍କ ମଧ୍ୟରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଡର ପଶିଥିବାବେଳେ ଜନସାଧାରଣଙ୍କୁ ଅଯଥା ଆତଙ୍କିତ କରାଯିବା ଉଚିତ ନୁହେଁ ।
ଅସାଧୁ ବ୍ୟବସାୟୀମାନେ ଏହି ସମୟର ଫାଇଦା ଉଠାଇବାକୁ ଯାଇ ଦର ବଢ଼ାଇବାକୁ ଚେଷ୍ଟା କରୁଛନ୍ତି । ଏଥିରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରାଯାଇଛି ା ଖରାଦିନିଆ ବାତ୍ୟାର ପ୍ରାୟତଃ ବିଶେଷ ପ୍ରଭାବ ପଡେ ନାହିଁ । ମାର୍କେଟରେ ସମସ୍ତ ଜିନିଷ ମହଜୁଦ ଅଛି । କୃତି୍ରମ ଅଭାବ ସୃଷ୍ଟି କରିବାର କୌଣସି ଆବଶ୍ୟକତା ନାହିଁ । ଆମେମାନେ ବାତ୍ୟାକୁ ନେଇ ସତର୍କ ରହିବା ଏବଂ କୌଣସି ପରିସ୍ଥିତିରେ ଆତଙ୍କିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି ।
No Result
View All Result