ଓଡ଼ିଶା ତାଜା ନ୍ୟୁଜ୍ /୦୫ ମଇ ଗୁରୁବାର/ଭୁବନେଶ୍ୱର :- ରାଜ୍ୟ କଂଗ୍ରେସର ଖୁବ୍ଶୀଘ୍ର ନବକଳେବର ହେବାକୁ ଯାଉଛି । ପିସିସି ସହ ବିଧାୟକ ଦଳ ନେତାର ରୂପରେଖ ମଧ୍ୟ ବଦଳିବାକୁ ଯାଉଛି । କିଛିଦିନ ପୂର୍ବରୁ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଇସ୍ତଫା ଦେଇଥିବା କୁହାଯାଉଛି । ଉଭୟ ନେତା ଇସ୍ତଫା ଖବରକୁ ଖଣ୍ଡନ କରିନାହାନ୍ତି ଜ୍ଝ ଇତି ମଧ୍ୟରେ ଆଉ ଏକ ଦଳୀୟ ସୂଚନା କଂଗ୍ରେସ ଅଭ୍ୟନ୍ତର ରାଜନୀତିକୁ ସରଗରମ କରିଛି । ବରିଷ୍ଠତା ଦୃଷ୍ଟିରୁ ସୁରେଶ କୁମାର ରାଉତରାୟଙ୍କୁ କାଳେ ହାଇକମାଣ୍ଡ ବିଧାୟକ ଦଳ ନେତା ଘୋଷଣା କରିଦେବେ । ଏହାକୁ ଦୃଷ୍ଟିରେ ରଖୁ ତାଙ୍କୁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ଜନୈକ କଂଗ୍ରେସ ନେତା ନାମ ଗୋପନ ରଖିବା ସର୍ଗରେ କହିଛନ୍ତି ।
କୌଣସି ବିଶୃଙ୍ଖଳା ହେଲେ ଶୃଙ୍ଖଳା କମିଟି ବୈଠକ ଡକାଇ କାରଣ ଦର୍ଶାଅ ନୋଟିସ୍ ଜାରି କରିବା କଥା। ମାତ୍ର ସିଧାସଳଖ ପିସିସି ସଭାପତିଙ୍କ ଦ୍ବାରା ନୋଟିସ୍ କରାଯିବା ପରମ୍ପରା ନୁହେଁ । ଏହା ପରଦିନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ମନ୍ତବ୍ୟରେ କହିଥିଲେ, ସୁର ବାବୁ ଜଣେ ବରିଷ୍ଠ ନେତା ଓ ବିଧାୟକ । ସେ ଜଣେ ଏଆଇସିସି ମେମ୍ବର ଜ୍ଝ ତେଣୁ ଏପରି ମନ୍ତବ୍ୟ ଦେବା ଠିକ୍ ନାହିଁ । ସେ କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖନ୍ତୁ, ତାଙ୍କର ବିଚାର ଏଆଇସିସି କରିବ । ରାତିଅଧୂଆ ନୋଟିସ୍ ସହ ନିରଞ୍ଜନଙ୍କ ଏହି ମନ୍ତବ୍ୟ କ\’ଣ ସୁରଙ୍କ ବିରୋଧରେ ଏକ ଶୀତଳ ଷଡଯନ୍ତ୍ର । ଏଆଇସିସି ଯଦି ଶ୍ରୀ ରାଉତରାୟଙ୍କ ନାଁ ବିଚାର କରିବ, ତେବେ ଏହି କାରଣ ଦର୍ଶାଅ ନୋଟିସ୍ର ଦ୍ବାହି ଦେଇ ତାଙ୍କ ନିଯୁକ୍ତି ଉପରେ ରୋକ୍ ଲଗାଯାଇ ପାରିବ ବୋଲି ସେ କହିଛନ୍ତି ।© 2023 Odisha Taza News.