No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୦୨ ମଇ ସୋମବାର / ଭୁବନେଶ୍ୱର :- ଭୁବନେଶ୍ୱର ଓ ହାଇଦ୍ରାବାଦରେ ସଫଳତାର ସହ ପାଳନ ହେବା ପରେ ଏବେ କଳିଙ୍ଗ ସ୍ୱରାଜ ମହିଳା ୱିଙ୍ଗ୍ ପୁନେ ସହରରେ ଆୟୋଜନ କରିଛନ୍ତି ମହିଳାମାନଙ୍କ ମିଳନ ‘ଅବୀରଲ’ (ଯାହାର କୌଣସି ଅନ୍ତ ନାହିଁ) | ଏଥିରେ ଶତାଧୀକ ରୁ ଅଧିକ ମହିଳା ଯୋଗ ଦେଇଥିଲେ। ଏଇଠି ମହିଳା ଉଦ୍ୟୋଗୀ ମାନେ ନିଜ ଉତ୍ପାଦର ପ୍ରଦର୍ଶନ ଏବଂ ପ୍ରଚାର କରିବାର ସୁଯୋଗ ପାଇଥିଲେ। ମହିଳାମାନେ କିଭଳି ଭବରେ ପରସ୍ପରକୁ ସାହାଯ୍ଯ ଓ ସୁବିଧା ଯୋଗାଇ ପାରିବେ ସେ ବିଷୟରେ ଆଲୋଚନା ହୋଇଥିଲା । ଓଡିଶା ବାହାରେ ଓଡ଼ିଆ ମହିଳାଙ୍କ ଏକତା ଏବଂ ଉତ୍ସାହ ଉଲ୍ଲେଖନୀୟ ଥିଲା ।
କଳିଙ୍ଗ ସ୍ୱରାଜ ମହିଳା ୱିଙ୍ଗ୍ ର ଅନବରତ ପ୍ରଚେଷ୍ଟା ଯୋଗୁଁ ଅଜି କେବଳ ଦେଶର ବିଭିନ୍ନ ରାଜ୍ଯରେ ନୁହଁ ବରଂ ଓଡିଆ ମହିଳା ମାନେ ସାରା ବିଶ୍ୱରେ ଏକତ୍ରୀତ ହୋଇପାରିଛନ୍ତି । କଳିଙ୍ଗ ସ୍ୱରାଜ ମହିଳା ୱିଙ୍ଗ ହେଉଛି ଏକ ଫେସବୁକ ଗୋଷ୍ଠୀ ଯାହାକି ଓଡିଆ ମହିଳାମାନଙ୍କୁ ସମଗ୍ର ବିଶ୍ୱରେ ସଂଯୋଗ କରିବା ଦିଗରେ କାର୍ଯ୍ୟ କରୁଛି | ଏହା ଏକ ପ୍ଲାଟଫର୍ମ ଯାହା ଓଡିଆ ସଂସ୍କୃତି, ପରମ୍ପରା ଏବଂ ଖାଦ୍ୟ ବିଷୟରେ ସଚେତନତା ସୃଷ୍ଟି କରେ, ପ୍ରତିଭାକୁ ପ୍ରୋତ୍ସାହିତ କରେ, ଘରୋଇ ଉଦ୍ୟୋଗୀମାନଙ୍କୁ ସୁଯୋଗ ଦେଇଥାଏ,
ଭିତରର ଭାବନାକୁ ସ୍ୱର ଉତ୍ତୋଳନ କରେ, ଅଭାବୀ ଲୋକଙ୍କୁ ଚିକିତ୍ସା ସହାୟତା ବିସ୍ତାର କରେ ଏବଂ କିଛି ହାଲୁକା ମୁହୂର୍ତ୍ତ ମଧ୍ୟ ବାଣ୍ଟିଥାଏ | “ଅବୀରଲ” ଖୁବ ଧୂମଧାମରେ ଏପ୍ରିଲ ୩୦ ତାରିଖ ୨୦୨୨ ରେ ପୁନେ ସ୍ଥିତ ୟୋଲୋ ଲାଉନ୍ଜ ରେ ସନ୍ଧ୍ୟା ୬ଟା ରେ କଳିଙ୍ଗ ସ୍ୱରାଜ ୱମେନସ ୱିଙ୍ଗ ଟିମ – ସ୍ମରଣୀକା,ଦିପାଲୀ, ନମ୍ରତା, ସାରଦା, ସସ୍ମିତା, ସାଗରୀକା, ପ୍ରୀତି, ରୋହୀନି, ପ୍ରମୋଦିନୀ, ଅଗ୍ନିଶିଖା, ସଂଗୀତା, ପ୍ରିୟଙ୍କାଙ୍କ ଦ୍ୱାରା ପାଳିତ ହୋଇଥିଲା. ବାସ ଏତିକି ଆଶା ଅଛି କି, ଏମିତି ମିଳନ ସବୁଠି ହଉ, ସବୁ ମହିଳାମାନେ କୃତକାର୍ଯ୍ୟ ହୁଅନ୍ତୁ.

No Result
View All Result