ରଣପୁରର ପ୍ରଥମ ମନୋନୀତ ବିଧାୟକ ୰ମୁରଲୀଧର ଦାସ, ବିଧାନସଭା ୱେବରେ ଖୁବଶୀଘ୍ର ଭ୍ରମ ସଂଶୋଧନ ନହେଲେ ସ୍କୃତି କମିଟି ପକ୍ଷରୁ ବିଧାନସଭା ବାଚସ୍ପତିଙ୍କ ଗୃହଆଗରେ ଧାରଣା ଦିଆଯିବ ।
ବାରମ୍ବାର ଓଡିଶା ତାଜା ନ୍ୟୁଜ୍ ରେ ପ୍ରକାଶିତ ହେବା ସହ ଅନ୍ୟାନ୍ୟ ଗଣମାଧ୍ୟମ ରେ ମଧ୍ୟ ଏହା ପ୍ରକାଶ ପାଇଆସିଛି ହେଲେ ହେଁ ଏ ଦିଗରେ କୌଣସି ସୁଫଳ ମିଳିନାହିଁ ।
ଓଡ଼ିଶା ତାଜା ନ୍ୟୁଜ୍ /୦୨ ମଇ ସୋମବାର / ରଣପୁର :- ପ୍ରଜାମଣ୍ଡଳ ନେତା ତଥା ରଣପୁରର ପ୍ରଥମ ମନୋନୀତ ବିଧାୟକ ୰ମୁରଲୀଧର ଦାସଙ୍କ ୩୫ତମ ପୁଣ୍ୟତିଥି ଆଜି ପୂର୍ବାହ୍ନରେ ଚାନ୍ଦପୁରରେ ପାଳିତ ହୋଇଯାଇଛି । ସର୍ବଶ୍ରୀ ଅରୁଣ ସୁବୁଦ୍ଧି ଲକ୍ଷ୍ମୀଧର ବେହେରା, ନିଧିବେହେରା, ଯମ୍ବେଶ୍ଵର ଖମାରୀ ,ସୁବାସଚ଼ନ୍ଦ୍ର ଆଚାଯ୍ୟ,ମନୋଜଦାସ ପ୍ରମୁଖ ୰ଦାସଙ୍କ ତ୍ୟାଗସଂପର୍କେ ଆଲୋଚନା କରିଥିଲେ । ୧୯୮୮ରେ ପ୍ରକାଶିତ ସ୍ମୃତି ସ୍ମରଣିକା ଖୁବଶୀଘ୍ର ପୁନଃଓ ପରିବର୍ଦ୍ଧିତ ସଂସ୍କରଣ ପ୍ରକାଶପାଇଁ ବ୍ୟବସ୍ଥା କରାଯିବାର ନିଷ୍ପରି ହୋଇଥିଲା ାବିଧାନସଭା ୱେବରେ ଖୁବଶୀଘ୍ର ଭ୍ରମ ସଂଶୋଧନ ନହେଲେ ସ୍କୃତି କମିଟି ପକ୍ଷରୁ ବିଧାନସଭା ବାଚସ୍ପତିଙ୍କ ଗୃହଆଗରେ ଧାରଣା ଦିଆଯିବ ବୋଲି ନିଷ୍ପରି ହୋଇଥିଲା,
ଆବଶ୍ୟକୀୟ କାଗଜାତ ଓ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶନକଲ ଦାଖିଲାପରେବି କିଛିବ୍ୟବସ୍ଥା ନହେବାରୁ ବାଧ୍ୟହୋଇ କମିଟିଏହି ନିଷ୍ପତି ନେଇଅଛି I ଏବାବଦରେ ଶତାଧିକବାର ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇସାରିଛି l କନ୍ଧନୟାଗଡ଼ ସରପଞ୍ଚ ସ୍ଥାୟୀ ସ୍ମୃତିସ୍ତମ୍ଭ ଓ ସଂଗ୍ରାମୀଙ୍କ ନାମେ ଭବନ ନାମକରଣର ପ୍ରସ୍ତାବ ରଖିଛନ୍ତି । ରଣପୁର ପଞ୍ଚାୟତ ସମିତି ଏନେଇ ପ୍ରସ୍ତାବପାରିତ କରିଥିବାରୁ ସ୍କୃତିକମିଟି ଧନ୍ୟବାଦ ଜଣାଇଛି I ସଭାରେ ଉପସ୍ଥିତସଭିଙ୍କୁ ପଦ୍ମଚରଣ ପରିଡା ଧନ୍ୟବାଦ ଦେଇଥିଲେ ।