No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୦୧ ମଇ ରବିବାର /ଭୁବନେଶ୍ୱର :- ସହରାଞ୍ଚଳରେ ଭାଇଚାରା ଓ ବନ୍ଧୁତ୍ୱର ଏକ ଅପୂର୍ବ ନିଦର୍ଶନ ପ୍ରତିଫଳନ ସହ ସ୍ଥାନୀୟ ନୀଳାଦ୍ରିବିହାର ଠାରେ ସଂସ୍କାର କେନ୍ଦ୍ର ତଥା ସ୍ୱର୍ଗତ ବିନୟ ଦାସ ସ୍ମୃତି କମିଟି ଆନୁକୁଲ୍ୟରେ ୨୦୧୭ ମସିହାରେ ଏକ ଆକସ୍ମିକ ଘଟଣା କ୍ରମରେ ଇହଧାମ ତ୍ୟାଗ କରିଥିବା ଜଣେ ଭଦ୍ର, ଅମାୟିକ, ବନ୍ଧୁ ବତ୍ସଳ, ସଂଗଠକ ସ୍ୱର୍ଗତ ବିନୟ ଦାସଙ୍କ ସ୍ମୃତି ଚାରଣ କରାଯିବା ସହ ତାଙ୍କ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ପୂର୍ବକ ସ୍ଥାନୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ରଚନା, ତର୍କ, ଏକକ ତଥା ଗୋଷ୍ଠି ନୃତ୍ୟ, ସଂଗୀତ ଏବଂ ମହିଳାମାନଙ୍କ ମଧ୍ୟରେ ମୁରୁଜ, ହୁଳହୁଳି, ଶଙ୍ଖ ଫୁଙ୍କା ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା । ଦୁଇ ଦିନ ଧରି ଆୟୋଜିତ ଏହି ମନୋରମ କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ବିଭିନ୍ନ ପ୍ରତିଯୋଗିତା ଗୁଡିକର ଆୟୋଜନ କରାଯିବା ସହ ଦ୍ୱିତୀୟ ସଂନ୍ଧ୍ୟାରେ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ,
କର୍ପୋରେଟର ମୋନାଲିସା ସାହୁ, ଆକାଶବାଣୀ କେନ୍ଦ୍ରର ପୁର୍ବତନ ନିର୍ଦ୍ଦେଶକ ଡ. କୃତୀବାସ ନାୟକ, ବରିଷ୍ଠ ଆଇନଜିବୀ ଶ୍ରୀ ମନମୋହନ ପଟ୍ଟନାୟକ, ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ସଭାପତି ତଥା ସମାଜସେବୀ ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଯୁବନେତା କାଳୀଚରଣ ସିଂ, ନିଳାଦ୍ରୀ ବିହାର ଆବସିକ ସଂଘର ସମ୍ପାଦକ ଦେବେନ୍ଦ୍ର ପାତ୍ର ଓ ସଭ୍ୟ ମିହିର ମିଶ୍ର ପ୍ରମୁଖ ଅତିଥି ରୂପେ ଯୋଗଦେଇ ସ୍ୱର୍ଗତ ବିନୟ ଦାସଙ୍କ ସ୍ମୃତି ଚାରଣ କରିବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି ଅବସରରେ ଅଞ୍ଚଳର ଅଧିବାସୀମାନଙ୍କ ଭାଇଚାରାର ଏହି ମନୋବୃତ୍ତିିକୁ ଭୂୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହାକୁ ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ଅଞ୍ଚଳର ପ୍ରତିଭା ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉତ୍ସବରେ ଅନୁଷ୍ଠାନର ସଭାପତି ହାଡିବନ୍ଧୁ ବେହେରା ସଭାପତିତ୍ୱ କରିଥିବାବେଳେ, ସଂପାଦକ ହର ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ପ୍ରତିଯୋଗିତାରେ, ଅନନ୍ତ ମାହାପାତ୍ର, ବନଶ୍ରୀ ପାଣିଗ୍ରାହୀ ଓ ଗୁରୁ ଉପେନ୍ଦ୍ର ବିଚାରକ ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ଚୟନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କମିଟିର ଆବାହକ ଅରୁଣ କୁମାର ଦେ ତଥା ସଭ୍ୟ ଲକ୍ଷ୍ମଣ କୁମାର ମାରାଣ୍ଡି, ଅଶୋକ ସାହୁ, ବ୍ରହ୍ମାନନ୍ଦ ପ୍ରଧାନ, ପବିତ୍ର ବାରିକ, ସତ୍ୟନାରାୟଣ ବରାଳ ଓ ଶିଲାଧୋବା ପାତ୍ର ପ୍ରମୁଖ ଉପସ୍ଥିତ ରହି ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
No Result
View All Result