No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୦୧ ମଇ ରବିବାର / ଭୁବନେଶ୍ୱର :- ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୁଲ୍ୟରେ ଅପ୍ରେଲ ୨୩ ତାରିଖ ଠାରୁ ସ୍ଥାନୀୟ ଇଡ୍କୋ ପ୍ରଦର୍ଶନୀ ପଡ଼ିଆ, ୟୁନିଟ୍-୩ ଠାରେ ଆରମ୍ଭ ହୋଇଛି ଆଦିବାସୀ ମେଳା -୨୦୨୨ା ଆଦିବାସୀ ମେଳାରେ ମୋଟ୍ ୧୦୪ ଗୋଟି ଷ୍ଟଲ ରହିଛି । ଆଦିବାସୀ ହାଟରେ ବିଭିନ୍ନ ଆଦିବାସୀ ଓ ଜଙ୍ଗଲଜାତ ସାମଗ୍ରୀର ବିକ୍ରିବଟା ହେଉଛି ।
୧୦୪ଟି ପିଣ୍ଡିରେ ଆଇଟିଡିଏ ଓ ମାଇକ୍ରୋ ପ୍ରୋଜେକ୍ଟ ଅଂଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଓ ଉତ୍ପାଦିତ ସାମଗ୍ରୀ ବିକ୍ରୟ କରୁଛନ୍ତି । ଆଇଟିଡିଏ ଦ୍ୱାରା ୪୪ଟି ଷ୍ଟଲରେ ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀର ମା’ ମାନେ ସେମାନଙ୍କ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି । ୧୭ ଗୋଟି ଷ୍ଟଲ ଅଣୁ ପ୍ରକଳ୍ପ ଅଧିନସ୍ଥ ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଆବଂଟିତ ହୋଇଛି । ମିଶନଶକ୍ତିର ୨୧ଟି ଷ୍ଟଲ, ସରମାସ୍ର ୧୫ଟି ଷ୍ଟଲ, ଟିଡିସିସିର ୨ଟି ଷ୍ଟଲ ରହିଛି ।
ଆଇଟିଡିଏ ଓ ଅଣୁପ୍ରକଳ୍ପ ଷ୍ଟଲ ଗୁଡିକରେ ଶୁଖିଲା ଲଙ୍କା, ଆଳୁ, ମସଲା, ରାଗି, ଝାଡୁ, ହରିଡା, ବାହାଡା, ଅଁଳା, ନାଲି ଚାଉଳ, କୋଳଥ ଡାଲି, ମାଣ୍ଡିଆ, ହଳଦୀ, ଝୁଣା, ମହୁ, ପାଳୁଅ, ସୋରିଷ, ତ୍ରିଫଳା ଗୁଣ୍ଡ, ମେଥି ଗୁଣ୍ଡ, ଅଶ୍ୱଗନ୍ଧା ଗୁଣ୍ଡ, ବେଲଗୁଣ୍ଡ, ରିଠାଗୁଣ୍ଡ, ଫୁଲବଡ଼ି, କଖାରୁ ବଡି, ଜଡା ତେଲ, କୁସୁମ ତେଲ, ନିମ୍ବ ତେଲ, ରାଶି ତେଲ, ବାଦାମ, ଡାଲଚିନି, ତେଜପତ୍ର, ସୁଆଁ, ମହୁ, ଝୁଡଙ୍ଗ, ହଳଦୀଗୁଣ୍ଡ,
ତେନ୍ତୁଳି, ଆମ୍ବୁଲ, ମାଣ୍ଡିଆ, ବାସନା ଚାଉଳ, କଳାଜିରା, ନାଲି ଚାଉଳ, ବେବି ପଟାଟୋ, ବିରି, ମୁଗ, ଖଜୁରି ଗୁଡ, କାନ୍ଦୁଲ, କାଙ୍ଗୁ ଚାଉଳ, ବ୍ରାଉନ୍ ରାଇସ୍, କଖାରୁ, ପଣସ ଇତ୍ୟାଦି ବିକ୍ରି କରାଯାଉଛି । ଆଜିର ନୃତ୍ୟ ପ୍ରଭାଗରେ ଚାଟିକଣାର ଡଙ୍ଗରିଆ କନ୍ଧଙ୍କ ବେଜୁଣି ନୃତ୍ୟ, ପୁସିଂର ଲାଞ୍ଜିଆ ସଉରା ନୃତ୍ୟ, ମୁଦୁଲିପଡ଼ାର ବଣ୍ଡା ନୃତ୍ୟ, କୁଡୁମୁଳୁଗୁମାର ଚଇତି ନୃତ୍ୟ, ଗୋନାସିକାର ଜୁଆଙ୍ଗ ନାଚ ଏବଂ ରୁଗୁଡାକୁଦାରର ବିହା ନାଚରେ ଦର୍ଶକ ବିମୋହିତ ହୋଇଥିଲେ

No Result
View All Result