ଓଡ଼ିଶା ତାଜା ନ୍ୟୁଜ୍/୦୧ ମଇ ରବିବାର/ ରଣପୁର :- ରଣପୁର ବ୍ଲକ୍ ଚାନ୍ଦପୁର ଅଞ୍ଚଳ ରେ ପାଳିତ ହୋଇଯାଇଛି ଶ୍ରମିକ ଦିବସ । ଚାନ୍ଦପୁରର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ସୋସିଆଲ କ୍ଳବ୍ ପକ୍ଷରୁ ଶ୍ରମିକ ଦିବସ ପାଳନ କରାଯାଇଥିଲା । ଏଥିରେ ଚାନ୍ଦପୁର ଅଞ୍ଚଳର ବହୁ ଶ୍ରମିକ ଭାଇ ମାନେ ଯୋଗ ଦେଇ ସଭାକାର୍ଯ୍ୟ ର ଶୋଭା ବର୍ଦ୍ଧନ କରାଇଥିବା ଦେଖିବାକୁ ମିଳିଥିଲା ।
ତଥା ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଶ୍ରମିକ ମାନଙ୍କୁ ଗାମୁଛା ଓ ଟୋପି ରେ ସମ୍ମାନିତ କରିବା ସହ ମିଠା ବଣ୍ଟନ କରି ଭିନ୍ନ ରୂପେ ସ୍ବାଗତ ଜଣାଇଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମ ରେ ବ୍ଲକ୍ ସଭାପତି ରଶ୍ମି ରଞ୍ଜନ ସାହୁ , ଛାତ୍ର ସଭାପତି ଲିଟନ ଭାଇ , ସମାଜସେବୀ ଦୀପକ ସେନାପତି , ସୁପର ସନଡେ ସୋସିଆଲ କ୍ଳବ୍ ର ସଭାପତି ବିଶ୍ୱଜିତ୍ ସାହୁ ଙ୍କ ସମେତ ସ୍ବେଚ୍ଛାସେବୀ ସଙ୍ଗଠନ ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ ।















