No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୦୧ ମଇ ରବିବାର/ଭୁବନେଶ୍ୱର :- ଓଡ଼ିଶାର ବରେଣ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପୁରୁଣା ଭୁବନେଶ୍ୱର ଅଞ୍ଚଳକୁ ଗତ ଡ଼ିସେମ୍ବର ମାସରେ ୨୪ ଘଣ୍ଟିଆ ଅବିଛିନ୍ନ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କୁ ଶିଳାନ୍ୟାସ କରିଥିବାବେଳେ ଆଜି ପୂର୍ବାହ୍ନରେ ମୁଳାପଡ଼ିଆ ପାଣିଟାଙ୍କି ଠାରେ ଆଉ ଏକ ଭୂଉଚ୍ଚ ପାନୀୟ ଜଳ ଭଣ୍ଡାର, ପୁରୁଣା ଭୁବନେଶ୍ୱର ଅଞ୍ଚଳକୁ ନୂତନ ପାଇପ ଲାଇନ ବିଛାଇବା କାର୍ଯ୍ୟର ଭୂମି ପୂଜା ହୋଇଥିବାବେଳେ
ଲିଙ୍ଗରାଜ କ୍ଷେତ୍ରରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏକ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ (ୱାଟର କିଓସ୍କ)ଏବଂ ଜାଗମରା ଠାରେ ମହିଳା ସମିତିଙ୍କ ଦ୍ଵାରା ଦୁଇଟି ଜଳ ଛତ୍ରକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ , କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର, ଚନ୍ଦ୍ରଶେଖର ମଲ୍ଲିଆ, ଶିବ ବେହେରା, ଶିବ ନାରାୟାଣ ରାୟ, ଦାଶରଥି ଗରାବଡୁ, ପୂର୍ବତନ କର୍ପୋରେଟର ରୁନୁ ଜେନା,ରଘୁନାଥ ମହାନ୍ତି,ରାଜେଶ ପାତ୍ର, ବିରଞ୍ଚି ପତି ଏବଂ ସିଦ୍ଧେଶ୍ୱର କ୍ଲବ ର ସଦସ୍ୟମାନେ ଉପସ୍ଥିତ ଥିଲେ ।

No Result
View All Result