No Result
View All Result
ପ୍ରଥମ ଥର ପାଇଁ ଜିଲ୍ଲା ପରିଷଦ ତଥା ଜିଲ୍ଲା ଅଧ୍ୟକ୍ଷ ହୋଇଥିବା ଶ୍ରୀ ପଟ୍ଟନାୟକ ସାମ୍ବାଦିକ ଙ୍କୁ ଅଣଦେଖା କରି ନିଜର ହୀନ ପ୍ରବୃତ୍ତି କୁ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଏଠାରେ ପ୍ରଶ୍ନ ଉଠୁଛି ଯେ ପଦ ପଦବୀ ପାଇ ସାରିବା ପରେ ଯେଉଁ ଅଧ୍ୟକ୍ଷ ସାମ୍ବାଦିକଙ୍କୁ ଅଣଦେଖା କରୁଛନ୍ତି ସେ କଣ ଜନସାଧାରଣ ଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବେ…?
ଜିଲ୍ଲାପରିଷଦ ପଦବୀ ପରେ ଶ୍ରୀ ପଟ୍ଟନାୟକ ବାବୁ ଙ୍କ ମୁହଁ ଟାଣ ନୀତି ପାଇଁ ସାମ୍ବାଦିକ ମାନଙ୍କ ର ନିନ୍ଦା ପ୍ରତିକ୍ରିୟା । ସୂଚନାଅନୁସାରେ ଶ୍ରୀ ପଟ୍ଟନାୟକ ବାବୁଙ୍କ ର ସ୍ୱାର୍ଥହାସଲ ମୂଳକ କାର୍ଯ୍ୟ କରି ସେ ରାଜନୀତି ମହଲରେ ଚର୍ଚ୍ଚାର କାରଣ ହୋଇ ଆସିଛନ୍ତି ।
ନୟାଗଡ ଜିଲ୍ଲାରେ ସାମ୍ବାଦିକ ମାନଙ୍କୁ ଅଣଦେଖା ଓ ଅବହେଳା କରି ଅଧ୍ୟକ୍ଷ ଏବେ ନିନ୍ଦା ର କାରଣ ପାଲଟିଛନ୍ତି …?
ଏଜେଣ୍ଡା ଅନୁଯାୟୀ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ ବିଭାଜନ ୧ଓ ୨, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ରାସ୍ତା ଓ ଗୃହ ବିଭାଜନ ବିଭାଗର ବିଭିନ୍ନ କାର୍ଯ୍ୟ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ।
ଓଡ଼ିଶା ତାଜା ନ୍ୟୁଜ୍ /୨୯ ଏପ୍ରିଲ ଶୁକ୍ରବାର / ନୟାଗଡ଼ :- ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହ ସୃଜନ ଠାରେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ପଟ୍ଟନାୟକଙ୍କ ଅଧଃକ୍ଷତାରେ ନୟାଗଡ଼ ଜିଲ୍ଲା ପରିଷଦର ୧ମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଗୃହରେ ଉପସ୍ଥିତ ଥିବା ମାନ୍ୟବର ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, କୃଷି ଓ କୃକ୍ଷକ ସଶରି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ଏବଂ ଉଚ୍ଚ ଶିକ୍ଷା ବିଭାଗ, ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ପ୍ରଧାନ, ମାନ୍ୟବର ବିଧାୟକ ଦଶପଲ୍ଲା ଶ୍ରୀ ରମେଶ ଚନ୍ଦ୍ର ବେହେରା, ଉପାଧ୍ୟକ୍ଷା ଜିଲ୍ଲା ପରିଷଦ ଶ୍ରୀମତୀ ବିଷ୍ଣୁପ୍ରିୟା ବେହେରା ଜିଲ୍ଲାପାଳ କା, ପୋମା ଟୁଡୁ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ ,ମାନ୍ୟବର ସାଂସଦ କଟଳ ଓ ପୁରୀଙ୍କ ପ୍ରତିନିଧି ,
ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ପଂଚାୟତ ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷା, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ ବିଭାଗର ପଦସ୍ଥ ଅଧିକାରୀଙ୍କୁ ସ୍ବାଗତ ଜଣାଇ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଏହାପରେ ମାନ୍ୟବର ମନ୍ତ୍ରୀ ଡ. ଅରୁଣ ସାହୁ, କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ଏବଂ ଉଚ୍ଚ ଶିକ୍ଷା ବିଭାଗ ଓ ମାନନୀୟ ଜିଲ୍ଲାପାଳ ଢା, ପୋମା ଟୁଡୁ ନୂତନ ଭାବେ ଜିଲ୍ଲା ପରିଷଦକୁ ନିର୍ବାଚିତ ହୋଇଥିବା ଅଧ୍ୟକ୍ଷ ଏବଂ ସଦସ୍ୟଗଣ, ସମସ୍ତ ପଂଚାୟତ ସମିତିର ଅଧ୍ୟକ୍ଷା, ଅଧ୍ୟକ୍ଷମାନଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ ଏବଂ ମେମେଣୁ ପ୍ରଦାନ କରି ସ୍ବାଗତ କରିଥିଲେ ପରେ ପରେ ଜିଲ୍ଲାପାଳ ଡା, ଟୁଡୁ ମାନ୍ୟବର ମନ୍ତ୍ରୀ ଜ. ଅରୁଣ ସାହୁ, ଜିଲ୍ଲା ଯୋଜନା ବୋର୍ଡ ଶ୍ରୀ ପ୍ରଧାନ, ମାନ୍ୟବର ବିଧାୟକ ଦଶପଲ୍ଲା ଶ୍ରୀ ରମେଶ ଚନ୍ଦ୍ର ବେହେରାଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ ଓ ମେମେଣ୍ଟୋ ପ୍ରଦାନ କରିଥିଲେ ମାନ୍ୟବର ମନ୍ତ୍ରୀ ଡ. ସାହୁ ଜିଲ୍ଲାପାଳଙ୍କୁ ମଧ୍ୟ ପୁଷ୍ପଗୁଚ୍ଛ ଉଚଗୀୟ ଓ ମେମେଣୁ ପ୍ରଦାନ କରିଥିଲେ ।
ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ଦ୍ଵାରା ମୁଦ୍ରିତ ନୟାଗଡ଼ ଜିଲ୍ଲାର ନିର୍ବାଚିତ ଜନପ୍ରତିନିଧୁ ଏବଂ ଅଧିକାରୀମାନଙ୍କର ଏକ ଟେଲିଫୋନ ଡାଇରୀ ମଂଚାସୀନ ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା ମାନ୍ୟବର ମନ୍ତ୍ରୀ ଡ. ସାହୁ ନବନିର୍ବାଚିତ ଜିଲ୍ଲା ପରିଷଦର ସଦସ୍ୟମାନଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ, ଗୃହରେ ସଦସ୍ୟମାନଙ୍କର କ୍ଷମତା ଯଥେଷ୍ଟ ଅଧିକ । ଲୋକମାନଙ୍କର ସେବା କରିବାକୁ ହେଲେ ବିଭିନ୍ନ କ୍ଷେତ୍ରକୁ ଯାଇ ଲୋକମାନଙ୍କର ପ୍ରକୃତ ଅସୁବିଧାକୁ ବୁଝି ସେଗୁଡ଼ିକୁ ଗୃହରେ ଉପସ୍ଥାପନ କରି ସେମାନଙ୍କର ଅସୁବିଧା ଦୂରୀକରଣ ପାଇଁ ଦାବି ଉପସ୍ଥାପନ କରିବେ । ବିଭିନ୍ନ ଅଧିକାରୀମାନଙ୍କୁ ନେଇ ସେ କହିଥିଲେ ଯେ, ଗୃହକୁ କେବଳ ଜିଲ୍ଲାସ୍ତରୀୟ ଅଧିକାରୀମାନେ ନିଜ ନିଜ ବିଭାଗର ସମସ୍ତ ତଥ୍ୟ ନେଇ ଆସିବେ ସେମାନଙ୍କ ସହିତ କୌଣସି ସହକାରୀ ଆସିବେ ନାହିଁ ଏହାପରେ ଜିଲ୍ଲା ଯୋଜନା ବୋର୍ଡ ଶ୍ରୀ ପ୍ରଧାନ ନବ ନିର୍ବାଚିତ ଜିଲ୍ଲା ପରିଷଦର ସଭ୍ୟମାନଙ୍କୁ ଗୃହରେ ପ୍ରଶ୍ନୋତର ନିମନ୍ତେ ସ୍ଵତନ୍ତ୍ର ତାଲିମ ଦେବା ନିମନ୍ତେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ
ମାନ୍ୟବର ବିଧାୟକ ଦଶପଲ୍ଲା କହିଲେ ଯେ, ଆମେ ନିର୍ବାଚିତ କନପ୍ରତିନିଧୁମାନେ ଗୃହର ଜଣେ ଜଣେ ସଦସ୍ୟ ଏବଂ ଗୃହର ମର୍ଯ୍ୟାଦା ରକ୍ଷା କରି ସମସ୍ତ କାର୍ଯ୍ୟକ୍ରମକୁ ଆମେ ଶୃଙ୍ଖଳାର ସହିତ ଆଗଇ ନେବା । ମାନ୍ୟବର ସାଂସଦ ପୁରୀ ଆଭାସି ମାଧ୍ୟମରେ ସମସ୍ତ ନିବ ନିର୍ବାଚିତ ପ୍ରତିନିଧିମାନଙ୍କୁ ସ୍ବାଗତ ଜଣାଇ ଉଦ୍ ବୋଧନ ଦେଇଥିଲେ । ଜିଲ୍ଲାପାଳ ଡା. ଟୁଡୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ନିର୍ବାଚିତ ଜନପ୍ରତିନିଧିମାନେ ସେମାନଙ୍କ ଅଂଚଳର ଅସୁବିଧା ଚିଠା ପ୍ରସ୍ତୁତ କରି ବୈଠକ ପୂର୍ବରୁ ଦେଲେ ବିଭାଗୀୟ ଅଧିକାରୀମାନେ ସେଥପ୍ରତି ସଂପୂର୍ଣ ପ୍ରସ୍ତୁତ ହୋଇ ଆସିବେ । ଏହାପରେ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଏଜେଣ୍ଡା ଅନୁଯାୟୀ ଆଜିର ପ୍ରଶ୍ନୋତର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ ବିଭାଜନ ୧ଓ ୨, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ରାସ୍ତା ଓ ଗୃହ ବିଭାଜନ ବିଭାଗର ବିଭିନ୍ନ କାର୍ଯ୍ୟ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ।
ଜଙ୍ଗଲ ବିଭାଗ ତରଫରୁ ଯେଉଁ ସବୁ କାମ ହୋଇଛି ସେଗୁ ଡ଼ିକର ଉଚ୍ଚସ୍ତରୀୟ ତଦନ୍ତ ଏକ କମିଟି ମାଧ୍ୟମରେ କରିବା ପାଇଁ ସଭ୍ୟ ଶ୍ରୀ ରାମେଶ୍ବର ଶତପଥୀ ଦାବି ଉପସ୍ଥାପନ କରିଥିଲେ ଅନ୍ୟ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ନିଜ ନିଜ ଅଂଚଳର ବିଭିନ୍ନ ଅସୁବିଧା ଉତ୍ଥାପନ କରିଥିଲେ ଏବଂ ସଂପୃକ୍ତ ଅଧିକାରୀମାନେ ସେଗୁଡ଼ିକର ତଦାରଖ କରି ପଦକ୍ଷେପ ନେବାକୁ ସବାପତିଙ୍କ ନିର୍ଦ୍ଦେଶ କ୍ରମେ ଲିପିବଦ୍ଧ କରି ନେଇଥିଲେ ଏହାପରେ ସଭାପତି ୭ଟି ବିଭିନ୍ନ ସ୍ଥାୟୀ କମିଟି ଗଠନ ସମ୍ବନ୍ଧରେ ଗୃହର ସହଯୋଗ କାମନା କରିଥିଲେ । କିନ୍ତୁ ଗୃହ କମିଟି ଗଠନର ସମସ୍ତ ଦାୟିତ୍ବ ସଭାପତିଙ୍କ ଉପରେ ନ୍ୟସ୍ତ କରିଥିଲା । ସମୟ ଅତିକ୍ରାନ୍ତ ହୋଇଯାଇଥିବାରୁ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ ପରେ ପରେ ସଭା ସାଙ୍ଗ କରାଯାଇଥିଲା ।

No Result
View All Result