No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୯ ଏପ୍ରିଲ ଶୁକ୍ରବାର / ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କୋରଡ଼ା ଗ୍ରାମ ରେ କୋରଡ଼ା ଗଡ ଲଙ୍କା ପୋଡ଼ି ମହୋତ୍ସବ ପାଳିତ ହୋଇଯାଇଛି ।ଏହି ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ,ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ତଥା ସମାଜ ସେବୀ ଶଙ୍କର୍ଷଣ ବେହେରା, ବିଜେଡ଼ି ଜିଲ୍ଲା ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା ,

ଗୋଲଖ ବିହାରୀ ଗୋଚ୍ଛାୟତ ପ୍ରମୁଖ ଯୋଗ ଦେଇଥିଲେ।ଲଙ୍କାପୋଡ଼ି ମହୋତ୍ସବ ରେ ବିଶାଳ ରାବଣ, ମାନସିକ ବାଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ସହ ସହ ସଂଖ୍ୟାରେ ଲୋକମାନଙ୍କ ସମାଗମ ହୋଇଥିଲା ।ନୂଆଗାଁ ବ୍ଲକ୍ ର କୋରଡ଼ାଗଡ ଲଙ୍କାପୋଡ଼ି ମହୋତ୍ସବ ବହୁତ ଲୋକପ୍ରିୟ ଏବଂ କଳା ,ସଂସ୍କୃତି ପରମ୍ପରା ରେ ପରିପୂର୍ଣ ।

No Result
View All Result