No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ / ୨୭ ଏପ୍ରିଲ ବୁଧବାର / ଭୁବନେଶ୍ୱର :- ଏହି କାଳଚକ୍ର ଘଡି ଟିକୁ ଭଲ ଭାବରେ ଦେଖନ୍ତୁ ଏହାକୁ ଆନ୍ଧ୍ରପ୍ରଦେଶ ଅମରlବତୀ ଖନନ ରୁ ଇଂରେଜ ମାନେ ଉଦ୍ଧାର କରି ତତ୍କାଳୀନ ବମ୍ବେ ସଂଗ୍ରହାଳୟ ରେ ନେଇ ରଖିଥିଲେ l ଅମରlବତୀ ସଭ୍ୟତାଟି ଖ୍ରୀଷ୍ଟ ପୂର୍ବ କାଳୀନ ଯାହାକୁ ସମ୍ରାଟ ଅଶୋକ ସାମୃହିକ ଭାବରେ ଅଭିବୃଦ୍ଧି କରାଇଥିଲେ l ଏହି ସ୍ଥାପତ୍ୟ କୁ ଭଲ ଭାବରେ ଅନୁଧ୍ୟାନ କଲେ ସମସ୍ତ 12 ଟି ରାଶି ଓ 27 ଟି ନକ୍ଷତ୍ର ର ଅବସ୍ଥିତି ସହିତ କାଳ ଚଳନକୁ ଖୋଦନ କରାଯାଇଛି l

କେନ୍ଦ୍ରୀୟ ପଦ୍ମ ଟି କୁ 24 ଘଣ୍ଟା ଅନୁସାରେ, 30 ଦିନ ହିସାବରେ ଓ 12 ମାସ ହିସାବରେ ମଧ୍ୟ ପାଠ କରାଯାଇ ପାରିବ ଯାହା ସୌର ସିଦ୍ଧାନ୍ତ ରେ ବିଖ୍ୟାତ ଜ୍ୟୋତିଷ ବିଶାରଦ ବରାହମିହିର ଉଲ୍ଲେଖ କରିଯାଇଛନ୍ତି l ଏଭଳି ବଳିଷ୍ଠ ପ୍ରତ୍ନତାତ୍ଵିକ ପ୍ରମାଣ ନିଜେ ବ୍ରିଟିଶ ଐତିହାସିକ ମାନେ ଉଦ୍ଧାର କରି ଆମ ମ୍ୟୁଜିଅମରେ ସାଇତି ରଖିଛନ୍ତି l ଏହା ଫଳରେ ଆମେ ଆମର ପ୍ରାଚୀନ ଜ୍ଞାନର ମହତ୍ତ୍ୱ ଜାଣି ପାରୁଛେ ଓ ଅନ୍ୟମାନେ ଜାଣି ଆଶ୍ଚର୍ଯ୍ୟ ଚକିତ ହେଉଛନ୍ତି l
No Result
View All Result