No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ / ୨୭ ଏପ୍ରିଲ ବୁଧବାର / ଭୁବନେଶ୍ୱର :- ଲୋକଙ୍କୁ ଗରିବ କରି ରଖିବାକୁ ଟଙ୍କିକିଆ ଚାଉଳ ଦେଇ ବେକାରି ବଢାଇଲା, ବିଦେଶୀ କମ୍ପାନୀ ଦ୍ବାରା ଖଣି ଲୁଟ କଲା, ଦୁର୍ନୀତି ଓ ଅପରାଧରେ ସର୍ବାଗ୍ରେ ରହିଲା । ଏଥିରୁ ନଜର ହଟାଇବାକୁ ଧର୍ମକୁ ଅସ୍ତ୍ର କରି ମନ୍ଦିର ଚାରିପଟେ ବୁଲି ଆମକୁ ବୁଲାଇଲା । ଆମକୁ ଆମ ପ୍ରିୟ ସରକାର କେତେ ସଫଳ ସେକଥା ଦେଖାଇଲା । ଏ କଥାଟି ଆଉ କିଏ ବୁଝୁ ବା ନବୁଝୁ କେବଳ ଅପରାଜିତା ବୁଝିଗଲେ । ସେ ବି ବିଜୁ ଜନାତା ଦଳର ପନ୍ଥା ଆପଣେଇ ନେଇ ମନ୍ଦିର ସମ୍ମୁଖରେ ଲମ୍ବ ହୋଇ ପଡି ଦେଖାଇବାକୁ ଚାହିଁଲେ ଯେ ମୁଁ ବି ଲୋକଙ୍କ ପାଇଁ କେତେ ଦରଦି ଲୋକେ ଦେଖନ୍ତୁ । ଲୋକମାନେ ଭୋଟ ଦେଇଥିଲେ କ’ଣ ଏଥିପାଇଁ …? ସେମାନଙ୍କ ଆବଶ୍ୟକତା କଥା କୁଆଡେ ଗଲା …? ଦରବାମ ବଢୁଛି ।
ଲେକେ ମହଙ୍ଗା ମାଡରେ ହନ୍ତସନ୍ତ ହେଉଛନ୍ତି । ଉଜାଲା ନାଁରେ ବିଜେପିର ଚିତ୍କାର ଏବେ ନିରବ । କାରଣ ରନ୍ଧନ ଗ୍ୟାସ ଦର ଆକାଶ ଛୁଆଁ । ବିଜେପି କହୁଥିଲା ଚୁଲି ଧୂଆଁରେ ମହିଳାଙ୍କ ଆଖି ପୋଡୁଛି । ସେହି ସରକାର କଣ ଏବେ ଦେଖିପାରୁ ନାହିଁ ଦରବୃଦ୍ଧି କାରଣରୁ ଲୋକଙ୍କ ହୃଦୟ ପୋଡି ଯାଉଛି ବୋଲି …? ଖାଇବା ତେଲ ଦର ଅବସ୍ଥା ଯେପରି ଯାନବାହନ ଚଳାଇବା ତେଲ ଦର ବି ସେପରି ହୁ ହୁ ହୋଇ ବଢାଇ ଚାଲିଛନ୍ତି । କାହିଁ ଆମ ଭୁବନେଶ୍ବର ସାଂସଦ ଲୋକଙ୍କ ଏ ଦୁଃଖ ସମୟରେ ତ ତାଙ୍କ ପାଇଁ ରାଜ୍ୟ ସରକାର ହେଉ କି କେନ୍ଦ୍ର ସରକାର କାହା ପାଖରେ ଗୋଡତଳେ ପଡି ଲୋକଙ୍କ ଦୁଃଖ ହରଣ କରିବାକୁ ଇଚ୍ଛା କଲେ ନାହିଁ…? ହଁ ସେଥିରେ ବା ନେତାଙ୍କ ଲାଭ କଣ …? ବରଂ ଧର୍ମକୁ ନେଇ ରାଜନୀତି କଲେ ଲୋକେ ଭାବିବେ ଆମ ମନ୍ଦିର ପାଇଁ ନେତାଙ୍କ ଛାତି ଫାଟି ଯାଉଛି ।
ମନ୍ଦିର ଚାରିପଟେ ବୁଲିଲେ ସେ ନେତା ପ୍ରଚାରିତ ହେବେ ଏବଂ ଲୋକଙ୍କ ପାଇଁ ତାଙ୍କ ଅନ୍ତର କାନ୍ଦୁଛି ବୋଲି ଲୋକେ ଜାଣିବେ । ଛି… ଛି… ଛି… ଧନ୍ୟ ତୁମେ ନେତା ଧନ୍ୟ ତୁମ ରାଜନୀତି, ଧନ୍ୟ ତୁମ ଲୋକନୀତି କଥା । ଶେଷରେ ଧର୍ମକୁ ନେଇ ଲୋକଙ୍କ ରୋଷରୁ ମୁକିଳିବାକୁ ଚାହୁଛ । ନା ନା ଲୋକେ ତୁମକୁ ବୁଝିଗଲେଣି । ଆଉ ନୁହଁ। ଏବେ ଠିକ୍ ସମୟରେ ଠିକ୍ ଜବାବ ଲୋକେ ଦେବେ । ଅପେକ୍ଷା କେବଳ ସମୟକୁ । ପ୍ରଭୁ ଶ୍ରୀ ଜଗନ୍ନାଥ ଲୋକଙ୍କ ଦୁଃଖ ବେଳର ଦେବତା । ତାଙ୍କ ପାଖରେ କପଟତା ଚଳିବ ନାହିଁ, ଚଳିବ ନାହିଁ ତୁମ ଛଳନାର ରୂପରଙ୍ଗ । ସେ ପରଂବ୍ରହ୍ମ। ସବୁଜାଣନ୍ତି । ତାଙ୍କ ଭକ୍ତଙ୍କ ଆଖିରେ ଲୁହ ଦେଖି ସେ କ’ଣ ନିରବ ରହିବେ । ନିଶ୍ଚୟ ଦୋଷକୁ ଦଣ୍ଡ ଦେବେ ଆଉ ଭକ୍ତଙ୍କୁ ଉଧାର କରିବେ ହିଁ କରିବେ ।

No Result
View All Result