ଓଡ଼ିଶା ତାଜା ନ୍ୟୁଜ୍ / ୨୭ ଏପ୍ରିଲ ବୁଧବାର / ଭୁବନେଶ୍ୱର :- ଉତ୍କଳଗୌରବ ମଧୁସୂଦନଙ୍କ ବ୍ୟକ୍ତିତ୍ୱର ପଟାନ୍ତର ନାହିଁ ା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା ମଧୁବାବୁ ଓଡ଼ିଶାର ରାଜନୈତିକ, ସାଂସ୍କୃତିକ ଓ ସାମାଜିକ ପରିଚୟ ପ୍ରତିଷ୍ଠାରେ ଅତୁଳନୀୟ ଅବଦାନ ରଖିଥିଲେ । ଓଡ଼ିଆ ଜାତି ଚିରଦିନ ତାଙ୍କ ପାଖରେ କୃତଜ୍ଞ ରହିବ ବୋଲି ଦର୍ଶାଇ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଅତିଥିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଜୟଦେବ ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ଓ କରିଗରୀ, ସାଧାରଣ ଉଦ୍ୟୋଗ,
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ ଯେ ନାରୀଶିକ୍ଷା ଓ ନାରୀ ଜାଗରଣ: ଓଡ଼ିଶାର ହସ୍ତଶିଳ୍ପ ଓ ସ୍ୱଦେଶୀ କାରିଗରୀ ଜରିଆରେ ଅର୍ଥନୀତିର ଉନ୍ନତି ଏବଂ ଓଡ଼ିଆ ସ୍ୱାଭିମାନର ପ୍ରତିଷ୍ଠା ପାଇଁ ମଧୁବାବୁଙ୍କ ଅବଦାନ ଅବିସ୍ମରଣୀୟ । ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ ଯେ ମଧୁବାବୁ ଓଡ଼ିଆ ସ୍ୱାଭିମାନ ଓ ଆତ୍ମ ପରିଚିତିର କୀର୍ତ୍ତିମାନ ପୁରୁଷ ା ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ଶେ୍ୱତସ୍ନିUା ମିଶ୍ର କହିଲେ ଯେ ମଧୁବାବୁଙ୍କ ବ୍ୟକ୍ତିତ୍ୱ ଆହୁରି ଅନେକ ପିଢ଼ିଙ୍କୁ ପ୍ରେରଣାର ଆଲୋକ ପ୍ରଦାନ କରୁଥିବ ।
‘ଓଡ଼ିଶା ରିଭୁ୍ୟ’ଓ ‘ଉତ୍କଳ ପ୍ରସଙ୍ଗ’ର ସଂପାଦକ ଡ. ଲେନିନ୍ ମହାନ୍ତି ଓ ଚୌଦ୍ୱାର- କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ ବକ୍ତବ୍ୟ ରଖି ଉତ୍କଳଗୌରବ ମଧୁସୂଦନଙ୍କ ଜୀବନୀ ଓ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପରେ ଆଲୋପାତ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ କଥାକାର ତଥା ଓଡ଼ିଆ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ବିଜୟ ନାୟକ କହିଲେ ଯେ ଉତ୍କଳଗୌରବ ମଧୁସୂଦନ କର୍ମପ୍ରବଣତା ଓ ସୃଜନଶୀଳତା ଜରିଆରେ ସ୍ଥାନୀୟ ଆକାଂକ୍ଷାଗୁଡ଼ିକୁ ସାମଗ୍ରିକ ରୂପ ଦେଇ ସ୍ୱତନ୍ତ୍ର ଓଡ଼ିଶା ଗଠନର ଆନ୍ଦୋଳନକୁ ସଶକ୍ତ କରିଥିଲେ । ସେ ଥିଲେ ସ୍ୱପ୍ନଦ୍ରଷ୍ଟା ଓ ଏକାଧିକ ଅଭିନବ ଉନ୍ମେଷର ଜନକ ବୋଲି ଶ୍ରୀ ନାୟକ କହିଥିଲେ ।
ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ ସ୍ୱାଗତ ଭାଷଣ ଦେଇ ଏକ ସ୍ୱତନ୍ତ୍ର, ସ୍ୱାବଲମ୍ବୀ ଏବଂ ସମୃଦ୍ଧ ଓଡ଼ିଶା ଗଠନ ନିମନ୍ତେ ମଧୁବାବୁଙ୍କ ବ୍ୟକ୍ତିତ୍ୱ ତ୍ୟାଗ, ବୁଦ୍ଧିମତ୍ତା ଓ ସାଧୁତା ଉପରେ ପର୍ଯ୍ୟବସିତ ଥିଲା ବୋଲି ଉଲ୍ଲେଖ କରିଥିଲେ । ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ଓ ଉତ୍କଳଗୌରବଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରାଯିବା ପରେ ପ୍ରାରମ୍ଭିକ ସଂଗୀତ ‘ତୁମ ପରି ଛୋଟ ପିଲାଟିଏ’ ପରିବେଷଣ କରାଯାଇଥିଲା ।
ସୂଚନା ଅଧିକାରୀ ସୁଶ୍ରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ଏବଂ ସହଯୋଗୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା ା କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଭଣ୍ଡାରୀପୋଖରୀ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।














