odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
କଟକ /ମାହାଙ୍ଗା / ରିପୋର୍ଟ /ଲଷ୍ମୀଧର ଖୁଣ୍ଟିଆ (ଓଡିଶା ତାଜା ନ୍ୟୁଜ୍ ) ୧୨ ମଇ, ମଙ୍ଗଳବାର :- ମାହାଙ୍ଗା ଥାନା ଭଦ୍ରେଶ୍ୱର ଫାଣ୍ଡି ର ଗୋପାଳପୁର ବନ୍ତଳା କେନାଲ ପୋଲ ନିକଟ ରାସ୍ତାରୁ ଗୋରୁ ଚମଡା ପିକ ଅପ ଭ୍ୟାନ ରେ ଚୋରା ଚାଲାଣ ହେଉଥିବାବେଳେ ସ୍ଥାନୀୟ ବଜରଙ୍ଗ ଦଳର କର୍ମୀମାନେ ଧରି ପୋଲିସ ଜିମା ଦେଇଛନ୍ତି, ପ୍ରତିଦିନ ଏହି ରାସ୍ତା ଦେଇ ଗୋରୁ ମାଂସ ଓ ଚମଡା ଚୋରା ଚାଲାଣ ହେଉଥିବାବେଳେ ପ୍ରଶାସନ ନିକଟରେ ଅଭିଯୋଗ କଲେବି କିଛି କାର୍ଯ୍ୟାନୁଷ୍ଠାନ ହେଉନଥିଲା,
ଆଜି OD33U4051 ନମ୍ବର ପିକ ଅପ ଭ୍ୟାନ୍ ରେ ଚୋରା ଗୋରୁ ଚମଡା ଚାଲାଣ ହେଉଥିବା ଜାଣି ବଜରଙ୍ଗ ଦଳ କର୍ମୀମାନେ ପିଛାକରି ଯାଞ୍ଚ କରିବାରୁ ସେଥିରେ ପାଖାପାଖି ହଜାର ରୁ ଉର୍ଦ୍ଧ ଗୋରୁ ଚମଡା ଥିବା ଜାଣିବାକୁ ପାଇଁ ଭଦ୍ରେଶ୍ୱର ଫାଣ୍ଡିକୁ ଖବର ଦେଇଥିଲେ, ପୋଲିସ ସେଠାରେ ପହଂଚି ଉକ୍ତ ଗାଡିକୁ ଜବତ କରିଥିବା ଜଣାଯାଇଛି, ଗାଡିର ମଲିକ ଓ ଡ୍ରାଇଭର କାଗଜ ପତ୍ର ଦେଖାଇନପାରିବାରୁ ପୋଲିସ ଚମଡା ସହ ଗାଡିକୁ ଥାନାକୁ ନେଇ ତଦନ୍ତ କରୁଚି, ପ୍ରତିଦିନ ମାହାଙ୍ଗା ର ମୁଖ୍ୟ ରାସ୍ତା ଗୁଡିକରେ ବେଆଇନ ଗୋରୁ ମାଂସ ଓ ଚମଡା ଚାଲାଣ ହେଉଥିବାବେଳେ ପୋଲିସ ହାତବାନ୍ଧି ବସିଛି,