No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୫ ଏପ୍ରିଲ ସୋମବାର/ ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ଜାକେଡ଼ା ଗ୍ରାମ ପଞ୍ଚାୟତ ସିମିଳି ସାହି ଠାରେ ମୋବାଇଲ ଲୁଟେରା କୁ ଗିରଫ କରି କୋର୍ଟ ଚାଲାଣ କରିଛି ନୂଆଗାଁ ପୁଲିସ୍ । ସୂଚନା ଅନୁଯାୟୀ ସିମିଳି ସାହି ଅଞ୍ଚଳର ଜୈନିକ ବାଳିକା କଲେଜ୍ ରୁ ଫେରୁଥିବା ବେଳେ ଭେଟ ପଲ୍ଲୀ ଠାରେ ଶରଣ କୁଳ ଥାନା ବଡ଼ ଗୋରଡ଼ା ଗ୍ରାମ ର ପଠାଣି ରାଉତ ମୋବାଇଲ୍ ଛଡ଼ାଇ ନେଇ ଚାଲିଯାଇଥିଲା ।
ଖବର ପାଇ ନୂଆଗାଁ ପୁଲିସ୍ ମୋବାଇଲ ଲୁଟେରା କୁ ଗୋଡ଼ାଇ ସିମିଳି ସାହି ଠାରେ ଗିରଫ କରି ଥାନା କୁ ଆଣି ୬୯/୨୨ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

No Result
View All Result