ଓଡ଼ିଶା ତାଜା ନ୍ୟୁଜ୍ /୨୫ ଏପ୍ରିଲ ସୋମବାର/ନୂଆଗାଁ :- ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଓଡ଼କପା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୀଙ୍ଗାରପଲ୍ଲୀ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଗାୟତ୍ରୀ ବେହେରା ଯୋଗଦେଇ କୁନି କୁନି ଛାତ୍ର-ଛାତ୍ରୀ ମାନଙ୍କୁ ଉତ୍ସାହିତ କରି ମିଷ୍ଟାନ୍ନ ଓ ପାଠ୍ୟ ପୁସ୍ତକ ବିତରଣ କରିଥିଲି । ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରିପାରିଥିବାରୁ ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସେନାପତି ଏବଂ ସି .ଆର୍ .ସି .ସି ବୀରକିଶୋର ବଳବନ୍ତସିଂ ଙ୍କୁ କୃତଜ୍ଞତା ଜଣାଇବା ସହ ବିଦ୍ୟାଳୟ ର ଉନ୍ନୟମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ ।

ନୂଆଗାଁ ବ୍ଲକ୍ ରେ ଚଳିତ ପଞ୍ଚାୟତ ନିର୍ବାଚନ ରେ ବିଜୁ ଜନତା ଦଳ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଗାୟତ୍ରୀ ବେହେରା ଏକ ହଜାର ରୁ ଉର୍ଦ୍ଧ୍ବ ଭୋଟ୍ ପାଇ ବିଜୟୀ ହୋଇଥିଲେ । ସରପଞ୍ଚ ଗାୟତ୍ରୀ ବେହେରା ଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ ଯୋଗଦାନ ଯୋଗୁଁ ନୂଆଗାଁ ବ୍ଲକ୍ ରେ ସରପଞ୍ଚ ପ୍ରଶଂସିତ ହେବାରେ ଲାଗିଛନ୍ତି ।














