No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୫ ଏପ୍ରିଲ ସୋମବାର/ଭୁବନେଶ୍ୱର :- ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଅେ ପ୍ରଲ ୨୩ ତାରିଖଠାରୁ ସ୍ଥାନୀୟ ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଆରମ୍ଭ ହୋଇଛି । ଚଳିତ ବର୍ଷ ଏହି ମେଳାରେ ସମୁଦାୟ ୧୮୭ଟି ଷ୍ଟଲ ନିର୍ମାଣ କରାଯାଇଛି । ଆଦିବାସୀ ହାଟରେ ୧୦୪ଟି ଷ୍ଟଲ ରହିଛି । ଜାତୀୟ ଜନଜାତି ଚିତ୍ରକଳା ଓ କଳାସାମଗ୍ରୀ, ହସ୍ତଶିଳ୍ପ ସାମଗ୍ରୀ ବିକ୍ରୟ ପାଇଁ ସ୍ୱତନ୍ତ୍ର ୮୪ଟି ଷ୍ଟଲ କରାଯାଇଛି । ଏଥିରେ ଓଡ଼ିଶା ସମେତ ୧୮ଟି ରାଜ୍ୟର ଜନଜାତି କାରିଗରମାନେ ତାଙ୍କ କଳାସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି ।
ଅନ୍ୟାନ୍ୟ ଷ୍ଟଲ ମଧ୍ୟରେ ମିଶନ ଶକ୍ତିର ୨୧ଟି, ଓର୍ମାସ୍ର ୧୫ଟି, ଟିଡିସିସିର ଦୁଇଟି ଷ୍ଟଲରେ ଜନଜାତି ସାମଗ୍ରୀ ବିକ୍ରୟ ହେଉଛି । ଆଜି ଆଦିବାସୀ ମେଳାରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍ଚୀ ଏବଂ ‘ମୋ ସ୍କୁଲ ଅଭିଯାନ’ର ଅଧ୍ୟକ୍ଷା ଶ୍ରୀମତୀ ସୁସ୧⁄୨ିତା ବାଗ୍ଚୀ ମେଳା ବୁଲିବା ସହିତ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଓ ଆଦିବାସୀ ମେଳାକୁ ଭୂୟସୀ ପ୍ରଶଂସା କରିଥିଲେ ।
ଜନଜାତି କଳାସାମଗ୍ରୀ ପ୍ରଦର୍ଶନୀର ଏକ କୋଣରେ ୬ଟି ଷ୍ଟଲ ମାଧ୍ୟମରେ ଓଡ଼ିଶା ଖଣିଜ ପ୍ରଧିନ ଅଞ୍ଚଳ ବିକାଶ କେ ର୍ପାରେସନ୍ ଦ୍ୱାରା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓଯାଜ ପୁର ଅଞ୍ଚଳର ବିସ୍ଥା ପିତ ଭୂମିହୀନ ଜନଜାତିଙ୍କ ପାର ̧ରିକ ଜ୍ଞାନକୌଶଳକୁ ପ୍ରଦର୍ଶିତ କରାଯାଇଛି । ସେମାନଙ୍କର ଜ୍ଞାନକୌଶଳକୁ ଆଧିର କରି କି ପରି ଜୀବିକା ନିର୍ବାହ କରି ପାରିବେ ସେଥି ପାଇଁ ଏହି ପଦକ୍ଷେ ପ ନିଆଯାଇଛି ।
ଏହି ଉ ପକ୍ରମ ମାଧ୍ୟମରେ ସବାଇ ଘାସ, ଢୋକରା, ପଥର କାମ, ଟେରାକୋଟା,ଧିନ କାରୁକଳା, ଖଜୁରୀ ପତ୍ରର ଆସବାବ ପତ୍ର, ବାଉଁଶ କାରିଗରୀ, ଲାଖଶିଳ୍ପ ଚିତ୍ରକଳା, ଆଭୂଷଣ ଇତ୍ୟାଦି ୧୬ଟି ପ୍ରଭାଗରେ ତରୁଣ ଶିଳ୍ପୀମାନଙ୍କୁ ଦକ୍ଷତା ବିକାଶ ପାଇଁ ପଦକ୍ଷେ ପ ନିଆଯାଇଛି । ମେଳାରେ ପ୍ରଦର୍ଶିତ ୬ଟି ଷ୍ଟଲରେ ସେମାନଙ୍କର କଳାକୃତି ସ୍ଥାନୀତ ହୋଇଛି । ତରୁଣ କାରିଗରମାନେ ଏହା ଦ୍ୱାରା ସ୍ୱାବଲଞ୍ଚୀ ହୋଇ ପାରିଛନ୍ତି ।
ଆଜି ସନ୍ଧ୍ୟାରେ ଆଦିବାସୀ ମେଳାର ମୁଖ୍ୟ ମଞ୍ଚରେ ସୁଦୂର ମାଲକାନଗିରିର କୋୟାମାନଙ୍କର ‘ତେନ୍ଦୁଲ ପୁ ।ଟା’ ନୃତ୍ୟ, ଚୈତ୍ରମାସର ‘ବିହନବୁଣା’ ନୃତ୍ୟ ପରିବେ ଷିତ ହୋଇଥିଲ । ସେହି ପରି କୋରା ପୁଟର ଗଦବାମାନଙ୍କର ଢେମ୍ସା ନୃତ୍ୟ, ଲାଞ୍ଜିଆ ସଉରାମାନଙ୍କର ‘ବେଣ୍ଟ ପରବ’ ନୃତ୍ୟ ପରିବେଷିତ ହୋଇଥିଲା । ପ୍ରଥମ ଥର ପାଇଁ ମାଲକାନଗିରିରୁ ଆସିଥିବା ଭୂମିଆମାନଙ୍କର ‘ଢେମ୍ସା’ ନୃତ୍ୟ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।


No Result
View All Result