ଓଡ଼ିଶା ତାଜା ନ୍ୟୁଜ୍ /୨୫ ଏପ୍ରିଲ ସୋମବାର/ ଭୁବନେଶ୍ୱର :- ସୁବର୍ଣ୍ଣରେଖା ବହୁମୂଖୀ ପ୍ରକଳ୍ପର ବିଭିନ୍ନ ଆନ୍ତଃରାଜ୍ୟ ସମସ୍ୟା ସମାଧାନ ନେଇ ୧୧ତମ ଗାଲୁଡ଼ିହି ମିଳିତ ପ୍ରକଳ୍ପର କାର୍ଯ୍ୟକାରୀ କମିଟି ବୈଠକ ଆଜି ପୂର୍ବାହ୍ନରେ ରାଜ୍ୟ ଜଳସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗ, ଓଡିଶା ଏବଂ ଶ୍ରୀ ପ୍ରଶାନ୍ତ କୁମାର, ସଚିବ, ଜଳସମ୍ପଦ ବିଭାଗ, ଝାଡଖଣ୍ଡ, ଉଭୟ ପକ୍ଷର ଯନ୍ତ୍ରୀ ପ୍ରତିନିଧି ଓ ଅନ୍ୟ ପ୍ରତିନିଧି ଉକ୍ତ ବୈଠକରେ ଅଂଶ ଗ୍ରହଣ କରିଥଲେ ।

ଗାଲୁଡ଼ିହି ମିଳିତ ପ୍ରକଳ୍ପର ବିଭିନ୍ନ ପ୍ରସଙ୍ଗର ଅଗ୍ରଗତି ନେଇ ବୈଠକରେ ସମୀକ୍ଷା ଓ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି ବୈଠକରେ ଓଡିଶାର ଉଦ୍ଦେଶ୍ୟ ଓ ଗୁରୁତ୍ଵ ବହନ କରୁଥିବା ପ୍ରକଳ୍ପ କାର୍ଯ୍ୟର କ୍ରିୟାଶୀଳତା ଏବଂ ସଫଳ ରୂପାୟନ ନିମନ୍ତେ ଝାଡଖଣ୍ଡ ପ୍ରତିନିଧି ମାନଙ୍କୁ ଅବଗତ କରଯାଇଥିଲା । ଉକ୍ତ ପ୍ରସଙ୍ଗ ଗୁଡିକ ମଧ୍ୟରେ ପ୍ରଥମତଃ ଚାନ୍ଦିଲି ବନ୍ଧର ଜଳଧାରଣ କ୍ଷମତାକୁ ୧୯୨.୦୦ ମିଟର ସ୍ତରକୁ ବଢାଇ ଚୁକ୍ତି ମୁତାବକ ଓଡିଶାର ଜଳବଣ୍ଟନ ଅଂଶକୁ ରବି ଋତୁରେ ଲୋକମାନଙ୍କ ପାଇଁ ଜଳସେଚନ ସୁବିଧା ଯୋଗାଇଦେବା ।

ଚାନ୍ଦିଲି ବନ୍ଧର ଜଳଧାରଣ କ୍ଷମତା ବୃଦ୍ଧି ହେଲେ ସୁବର୍ଣ୍ଣରେଖା ନଦୀରେ ଆସୁଥିବା ବନ୍ୟା ପ୍ରଶମନ ଓ ନିୟନ୍ତ୍ରଣ କରାଯିବା ସହ ବାଲେଶ୍ଵର ଜିଲ୍ଲାର ତଳ ଓ ନଦୀକୂଳ ଅଞ୍ଚଳର ଲୋକମାନଙ୍କୁ ବନ୍ୟା ପ୍ରଭାବଜନିତ କ୍ଷୟକ୍ଷତିରୁ ରକ୍ଷା କରାଯାଇ ପାରିବ । ଏ ସଂପର୍କରେ ଝାରଖଣ୍ଡ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ସେହିପରି ବନ୍ଦ ହୋଇଥିବା ‘ଇଚ୍ଚା’ ବନ୍ଧ ନିର୍ମାଣ କାର୍ଯ୍ୟର ପୁନରାରମ୍ଭ କରି ସମୟାନୁସାରେ ଶେଷ କରାକଲେ ଓଡିଶାର ସୁବର୍ଣ୍ଣରେଖା ପ୍ରକଳ୍ପ ସେଚାଞ୍ଚଳରେ ରବି ଓ ଖରିଫ ଫସଲ ପାଇଁ ଜଳସେଚନ ସୁବିଧାକୁ ନିଶ୍ଚିତ କରାଯାଇପାରିବ ବୋଲି ଏ ସଂପର୍କରେ ଝାରଖଣ୍ଡ ସରକାରଙ୍କୁ ମଧ୍ୟ ଅନୁରୋଧ କରାଯାଇଛି ।