No Result
View All Result
ଆଲୋକ ପଟ୍ଟନାୟକ ଆଗାମୀ ଦିନରେ ରଣପୁର ବିଧାୟକ ହେବାର ବଟିକା ଖାଇଥିବା ବେଳେ, ବଟିକାର ନିଶା ଏବେ ଆଲୋକଙ୍କ ଉପରେ ଓଲଟା ପ୍ରଭାବ ପକାଇଥିବା ଦେଖିବାକୁ ମିଳିଛି ।
ଓଡ଼ିଶା ତାଜା ନ୍ୟୁଜ୍ (୨୦ ଏପ୍ରିଲ ବୁଧବାର ) ରଣପୁର :- ସାରା ରାଜ୍ୟରେ ବିଜୁ ଜନତା ଦଳ ଏକ ନମ୍ବର ସ୍ଥାନ ଅର୍ଜନ କରିଥିବା ବେଳେ ଦେଶରେ ମଧ୍ୟ ନବୀନ ଙ୍କ ସ୍ୱଚ୍ଛତା ରାଜ୍ୟ ରାଜନୀତି ରେ ଚହଳ ସୃଷ୍ଟି କରିଛି । ନିକଟରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ବିଜେଡି ବହୁ ଜିଲ୍ଲାରେ ବାଜିମାତ କରିଛି । ଏଥି ସହ ବିଜୁ ଜନତା ଦଳ ଇତିହାସ ର ସ୍ଵର୍ଣ୍ଣର୍ଣିମ ଅଧ୍ୟାୟ ସୃଷ୍ଟି କରିଥିବା ବେଳେ ପ୍ରଥମ ଥର ତିରିଶି ଜିଲ୍ଲା ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ବିରୋଧି ଙ୍କୁ ଧରାଶାୟୀ କରିଛି । ତେବେ ଏହା ଭିତରେ କେତେକ ନିର୍ବାଚନ ମଣ୍ଡଳୀରେ କିଛି ଦଳୀୟ କର୍ମୀ ମାନେ ବିଜେଡି ଦଳ ବିରୋଧୀ କାର୍ଯ୍ୟ କରୁଥିବା ଘଟଣା ମଧ୍ୟ ସାମ୍ନା କୁ ଆସିଛି ।
ଏହା ଉପରେ ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀରେ ଏପରି ଏକ ବିଜେଡି ଦଳ ଭିତରେ ଜଣେ ତୁଙ୍ଗ କର୍ମୀ ବୋଲାଉଥିବା ବ୍ୟକ୍ତି ଦଳ ବିରୋଧି କାର୍ଯ୍ୟ କରିବା ଏହା ରଣପୁରର ଜନସାଧାରଣରେ ଚର୍ଚ୍ଚା ହେଉଛି । ନିକଟ ଅତୀତରେ ତ୍ରି ସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ରେ ରଣପୁର ରେ ଦଳୀୟ କର୍ମୀ ତଥା ତୁଙ୍ଗ ବିଜେଡି କର୍ମୀ ବୋଲାଉଥିବା ଆଲୋକ ପଟ୍ଟନାୟକ ଦଳବିରୋଧୀ କାର୍ଯ୍ୟ କରି ଏବେ ଚର୍ଚ୍ଚାରେ …. ଚଳିତ ନିର୍ବାଚନ ବେଳେ ତାଙ୍କର ଭୂମିକା କଣ ଥିଲା… ? ତାହା ଏବେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ।
ବିଜେଡି ଦଳରେ ରହି ନିଜର ସ୍ୱାର୍ଥ ହାସଲ ପାଇଁ ଏପରି ହୀନ କାର୍ଯ୍ୟ କରିବାକୁ ସେ ପଛ ଘୁଞ୍ଚା ଦେଉ ନଥିବା ଚର୍ଚ୍ଚା ର ବିଷୟ ପାଲଟିଛି । ଯେତେବେଳେ ପୌର ନିର୍ବାଚନରେ ବିଜେଡି ଦଳ ପକ୍ଷରୁ ପ୍ରାର୍ଥୀ ଚୟନ କରାଯାଇଥିଲା ସେତେବେଳେ ଦଳୀୟ ପ୍ରାର୍ଥୀ ଙ୍କୁ ଅଣଦେଖା କରି ଆଲୋକ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଥିବା ଦେଖିବାକୁ ମିଳିଥିଲା । ଏହା କଣ ନଥିଲା କେବଳ ଆଲୋକଙ୍କ ଭବିଷ୍ୟତ ରାଜନୀତି ପାଇଁ ନ୍ୟସ୍ତ ସ୍ବାର୍ଥ କଳଙ୍କିତ ରାଜନୀତି ..? ଆଲୋକ ଦଳ ବିରୋଧୀ ହୋଇ ଖୋଲା ଖୋଲି ଭାବେ ପ୍ରଚାର କରିବାକୁ ଅଣ୍ଟା ଭିଡ଼ିଥିଲେ
କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଆଲୋକ ଙ୍କୁ ଦଳର ମୁଖିଆ ମାନେ ଅନ୍ୟ ପ୍ରାର୍ଥୀ ମାନଙ୍କ ପାଇଁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ କି …? ଯଦି ବିଜେଡିର କର୍ମକର୍ତ୍ତା ମାନେ ଆଲୋକଙ୍କୁ ଏଭଳି ନିର୍ଦ୍ଦେଶ ଦେଇଥିଲେ ତେବେ ଏହା ବିଜେଡି ର ସ୍ବାର୍ଥ ସାଧନ ହୋଇଥାନ୍ତା ହେଲେ ବିଜେଡ଼ି ଦଳର ସ୍ୱାର୍ଥ କୁ ଅଣଦୃଷ୍ଟି କରି ନିଜର ଭବିଷ୍ୟତ ରାଜନୀତି ପାଇଁ ସ୍ୱାର୍ଥ ମେଣ୍ଟାଇବା କେତେଦୂରୁ ଠିକ୍ ତାହା ଏବେ ରଣପୁର ରାଜନୀତି ମହଲରେ ଚର୍ଚ୍ଚା । ରଣପୁର ପୌରନିର୍ବାଚନରେ ଆଲୋକ ଯେଉଁଭଳି ଭାବେ ଏନଏସି ଅଧ୍ୟକ୍ଷା ପଦ ପାଇଁ ହୀନ ରାଜନୀତି କରିଥିଲେ ତାହା କେବଳ ତାଙ୍କ ଭବିଷ୍ୟତ ରାଜନୀତି ରେ ବିଧାୟକ ପଦ ପାଇଁ ଏକ ନିଃକୃଷ୍ଠ ତଥା ହୀନ ରାଜନୀତି ଥିଲା ବୋଲି ରଣପୁର ରାଜନୀତି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
ସେଥିରେ ତାଙ୍କର ରାଜନୈତିକ ସ୍ବାର୍ଥ କଣ ଥିଲା ତାହା ମଧ୍ୟ ରାଜନୀତି ମହଲରେ ପ୍ରଶ୍ନବାଚି ସୃଷ୍ଟି କରିଛି । ଆଲୋକ ସବୁବେଳେ ନିଜର ଭବିଷ୍ୟତ ରାଜନୀତିକୁ ଆଲୋକିତ କରିବା ପାଇଁ ଏପରି ହୀନ ରାଜନୀତି କରିଥିବା ଏବେ ସବୁଠି ଆଲୋଚନା ଜୋର୍ ଧରିଛି । ସାଧାରଣ ରେ ଆଲୋକ ଙ୍କ ର ଏପରି ହୀନ ରାଜନୀତି କୁ ବୁଝି ସାରିଥିବା ବେଳେ ଆଲୋକ ଏବେ ଅନ୍ଧାରରେ ଫସି ଯାଇଛନ୍ତି । ଆଗାମୀ ଦିନରେ ରଣପୁର ବିଧାୟକ ହେବାର ବଟିକା ଖାଇଥିବା ବେଳେ ବଟିକାର ନିଶା ଏବେ ଆଲୋକଙ୍କ ଉପରେ ଓଲଟ ପ୍ରଭାବ ପକାଇଥିବା ଦେଖିବାକୁ ମିଳିଛି ।
ଆଲୋକଙ୍କୁ ଏବେ ବିଧାୟକ ନିଶା ଘାରିଥିବା କୁଚକ୍ରାନ୍ତ ରାଜନୀତି ଦାଣ୍ଡରେ ପଡ଼ି ହାଟରେ ଗଡୁଚି ତେବେ ଆଗାମୀ ଦିନରେ ସାଧାରଣରେ ଦଳର ସ୍ବାର୍ଥ ସାଧନ ପାଇଁ ଆଲୋକ ନିଜର ସଠିକ୍ ମତ ସାବ୍ୟସ୍ତ କରୁଛନ୍ତି ନା ପୁନଃ ନିଜ ସ୍ୱାର୍ଥ ପାଇଁ ବିଜେଡ଼ି ଦଳର ବିରୋଧୀ କାର୍ଯ୍ୟ କରି ଚର୍ଚ୍ଚା ସାଉଁଟୁଛନ୍ତି ଦେଖିବାକୁ ବାକି ରହିଲା । ଦେଖାଯାଉ ଆଲୋକଙ୍କୁ କେବେ ଲାଗୁଛି ବିଜେଡି ଦଳର ଚିନ୍ତା …
No Result
View All Result