No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୬ ଏପ୍ରିଲ ଶନିବାର ) ନୟାଗଡ଼ :- ନୟାଗଡ଼ ସହର ନିକଟସ୍ଥ ଦୁର୍ଗାପ୍ରସାଦ ଓ ଦେଉଳପଲ୍ଲୀ ଗ୍ରାମ ର ମେରୁ ଉତ୍ସବ ତଥା ଦଣ୍ଡ ଯାତ୍ରାର ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ ଭଳି ଅଭାବନୀୟ ଘଟଣା ଘଟି ଜଣେ ମୃତ ଓ ୮ ଜଣ ଆହତ ହୋଇଛନ୍ତି । ଶୋଭାଯାତ୍ରାର ଶେଷ ସମୟକୁ କୌଣସି ଏକ କାରଣ ନେଇ ଉଭୟ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ପରିସ୍ଥିତି ଉପୁଜିଥିଲା । ଏହି ସଂଘର୍ଷରେ ଥାନା ଅଧିକାରୀଙ୍କ ସମେତ ୮ରୁ ଉର୍ଦ୍ଧ୍ବ ଆହାତ ହୋଇଥିବା ବେଳେ ଉତ୍ୟକ୍ତ ଲୋକ ଜଣଙ୍କୁ ପିଟି ପିଟି ହତ୍ୟା କରିଥିବା ଜଣା ପଡ଼ିଛି ।

ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଏହି ଦୁଇ ଗ୍ରାମର ଦଣ୍ଡ ଶୋଭାଯାତ୍ରା ବିପର୍ଯ୍ୟସ୍ତ ପୁଲିସ୍ ବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଶତାଧିକ ଦଣ୍ଡ ଠାକୁର, ହଜାର ହଜାର ଦଣ୍ଡୁଆ, ଡିଜେ ଗାଡ଼ି, ବ୍ୟାଣ୍ଡ ପାର୍ଟି ଏବଂ ହଜାରରୁ ଉର୍ଦ୍ଧ୍ବ ଜନସମାଗମ ହୋଇଥିଲା । ଦୁର୍ଗାପ୍ରସାଦ ଠାରୁ ବାହାରିଥିବା ଶୋଭାଯାତ୍ରା ନୟାଗଡ଼ ସହର ପରିକ୍ରମା କରି ଫେରୁଥିବା ସମୟରେ ସିନ୍ଦୁରିଆଠାରେ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । କୌଣସି କାରଣକୁ ନେଇ ସୃଷ୍ଟି ହୋଇଥିବା ବଚସାରୁ ଲଙ୍କାକାଣ୍ଡ ଘଟିଥିଲା ।

ଦେଉଳପଲ୍ଲି ଗୋଷ୍ଠୀ ପ୍ରଥମେ ଢେଲା ପଥର ମାଡ଼ କରିଥିଲେ । ଯେଉଁ ଥିରେ କି ଦୁର୍ଗାପ୍ରସାଦ ଗ୍ରାମର କିଛି ଲୋକ ଏବଂ ଭକ୍ତ ଆହାତ ହୋଇଥିଲେ । ପରିସ୍ଥିତି ଆୟତ କରିବାକୁ ଯାଇ ପୁଲିସ୍ ମଧ୍ୟ ଢେଲା ପଥର ମାଡ଼ର ଶିକାର ହୋଇଥିଲା । ଥାନା ଅଧିକାରୀ ପ୍ରଜ୍ଞା ପରମିତା ଜେନାଙ୍କ ମୁଣ୍ଡରେ ପଥର ବାଜିବାରୁ ସେ ଗୁରୁତର ହୋଇ ପଡିଥିଲେ । ଆହାତ ମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ସୁଯୋଗ ପାଇ ଗୋଟିଏ ଗୋଷ୍ଠୀ ଦୁର୍ଗାପ୍ରସାଦ ଗ୍ରାମର ଦୁଇ ଜଣଙ୍କୁ ଅପହରଣ କରି ନେଇଥିଲେ ।

ଦୀର୍ଘ ସମୟ ଧରି ଦୁଇ ଜଣଙ୍କୁ ଖୋଜା ଖୋଜି କରାଯାଇଥିଲେ ବି କାହାର ପତ୍ତା ମିଳିନଥିଲା । ଅପହରଣ କାରୀଙ୍କ କବଳରୁ ଜଣେ କୌଣସି ମତେ ଖସି ଆସିଥିଲା । ଅନ୍ୟ ଜଣଙ୍କ ପରିବାର ଲୋକ ପୁଲିସର ସହାୟତା ନେଇଥିଲେ । ପୁଲିସ୍ ଓ ପରିବାର ଲୋକ ଖୋଜା ଖୋଜି କରିବା ସମୟରେ ଉକ୍ତ ବ୍ୟକ୍ତିଙ୍କୁ ନେଳିଆ ପୋଖରୀ ନିକଟରେ ମାରି ଦିଆଯାଇଥିବା ଖବର ମିଳିଥିଲା । ପୁଲିସ୍ ଉକ୍ତ ସ୍ଥାନରେ ପହଞ୍ଚିଲା ବେଳକୁ କାଠ ଫାଳିଆରେ ଦୁର୍ଗାପ୍ରସାଦ ଗ୍ରାମ ର ନବୀନ ପରିଡ଼ା ଙ୍କୁ ମାରି ରକ୍ତାକ୍ତ ଅବସ୍ଥା ରେ ପକାଇ ଦେଇଥିବା ଦେଖିବାକୁ ମିଳିଥିଲା ।
ତୁରନ୍ତ ତାଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ଅଣାଯିବା ପରେ ଡ଼ାକ୍ତର ନବୀନଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ଏହି ଘଟଣାର କୁ ଦୃଷ୍ଟିରେ ରଖି ଗତ ଉଭୟ ଗ୍ରାମରେ ବରିଷ୍ଠ ପୁଲିସ୍ ଅଧିକାରୀ ମାନେ ବ୍ୟାପକ ଫୋର୍ସ ସହ ମୁତୟନ ରହିଥିଲେ । ତେବେ ଗୁରୁବାର ଦିନ ଏହି ଗୋଷ୍ଠୀ ସଂଘର୍ଷ ଘଟାଇଥିବା କିଛି ଲୋକଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ ।
ଦେଉଳିଆ ପଲ୍ଲୀ ଗ୍ରାମର ୮ ଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସେମାନେ ହେଲେ ମୁନା ପ୍ରଧାନ , କାବୁଲି ପ୍ରଧାନ , ଆନନ୍ଦ ଚନ୍ଦ୍ର ପ୍ରଧାନ , ଆଶିଷ କୁମାର ପ୍ରଧାନ , ଶିବାଜି ସାମନ୍ତରାୟ , ଭାସ୍କର ଜେନା , ଉଦୟନାଥ ଭୋଳ , ସୌଭାଗ୍ୟ ରଞ୍ଜନ ପ୍ରଧାନ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ ଥାନା ପୋଲିସ ।

No Result
View All Result