No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୬ ଏପ୍ରିଲ ଶନିବାର ) ରଣପୁର/ରାଜସୁନାଖଳା :- ରଣପୁର, ରାଜ ସୁନାଖଳାରେ ଝାମୁଯାତ୍ରା ଡିହଡହ ଖରାରେ ନିଆଁ ଉପରେ ଚାଲିଲେ ଦଣ୍ଡୁଆମାନେ , ରଣପୁର ବ୍ଲକ୍ ରାଜସୁନାଖଳା ଓ ଅଞ୍ଚଳରେ ଝାମୁ ଯାତ୍ରା ମହାସମାରୋହରେ ପାଳନ ହେଇଯାଇଛି । , ବ୍ରତ ପାଳନ ହେଇଯାଇଛି । ବ୍ରତ ପାଳନ କରୁଥିବା ପାଟୁଆମାନେ ଜଳନ୍ତା ନିଆଁରେ ଚାଲିଥିଲେ । ଏହି ଉପଲକ୍ଷେ ରାଜସୁନାଖଳା ମଥୁରାପୁର ସାହି, କବାରୀ ସାହି ଓ ରାମବିଲ ଆଦି ଗ୍ରାମରେ ଏହି ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥିଲା ।

ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ମାନସିକଧାରୀ ଦଣ୍ଡୁଆ ବା ପାଟୁଆମାନେ ପ୍ରତିବର୍ଷ ଭଳି ସେମାନଙ୍କ ମାନସିକ ଅନୁଯାୟୀ ଏହି ପର୍ବ ପାଳନ କରୁଥିବା ପାଳନ କରିଥାନ୍ତି । ଗୁରୁବାର ଡିହଡହ ଖରାରେ ମଥୁରାପୁର ସାହିସ୍ଥିତ କାମନାଗୋସ୍ଵାମୀ ମନ୍ଦିର ସାମ୍ନାରେ ଏକୋଇଶି ହାତ ଜଳନ୍ତା ନିଆଁରେ ଏହି ଦଣ୍ଡୁଆ ବା ପାଟୁଆମାନେ ଚାଲୁଥିବା ଦେଖିବାକୁ ହୋଇଥିଲା । ଏହି ସମୟରେ ଶହ ଶହ ଲୋକଙ୍କ ହରିବୋଲ ଓ ହୁଳହୁଳି ଧ୍ବନିରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା ।

ଏହି ଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳରୁ ବହୁ ଲୋକଙ୍କ ସମାଗମ ହୋଇଥିଲା । ଏହି ଦଣ୍ଡୁଆ ବା ପାଟୁଆମାନେ କଠୋର ଖରା ସହ୍ୟ କରି ଏକ ନିଆରା ବାର୍ତ୍ତା ପ୍ରଦାନ କରିଥାନ୍ତି ଯେ, ‘‘ଚଲାପଥରେ ଯେତେ କଷ୍ଟ ଆସିଲେ ମଧ୍ୟ ତାହାକୁ ସହ୍ୟ କରି ଚାଲିବାକୁ ହୁଏ’’ ବୋଲି ଏହି ଦଣ୍ଡୁଆ ବା ପାଟୁଆମାନେ ଶିକ୍ଷା ଦେଇଥାନ୍ତି ।


No Result
View All Result