No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୪,ଏପ୍ରିଲ ଗୁରୁବାର ) ରଣପୁର :- ଗତ ବର୍ଷ ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳର ନଗର ସଭାପତି ପଦବୀ ଯୁବନେତା ସ୍ବରାଜ ମହାନ୍ତିଙ୍କୁ ଦିଆଯାଇଥିଲା । ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର ଙ୍କ ରାଜନୀତିତ୍ଵ ବେଳେ ସ୍ବରାଜ ମହାନ୍ତିଙ୍କୁ ରଣପୁର ଏନଏସି ର ନଗର ସଭାପତି ଘୋଷଣା କରାଯାଇଥିଲା । ୨୦୧୫ ରୁ ୨୦୨୧ ପର୍ଯ୍ୟନ୍ତ ସ୍ବରାଜ ମହାନ୍ତି ଦାୟିତ୍ୱ ତୁଲାଇଥିବା ବେଳେ ବର୍ତ୍ତମାନ ନଗର ସଭାପତିର ଦାୟିତ୍ଵ ଚାଲିଯାଇଛି ଲିଙ୍ଗରାଜ ଙ୍କ ହାତକୁ , ତେବେ ଚଳିତ ବର୍ଷ ବିଜୁ ଜନତା ଦଳର ତୁଙ୍ଗ ଯୁବନେତା ଲିଙ୍ଗରାଜ ନାୟକ ଙ୍କୁ ନଗର ସଭାପତି ଦାୟିତ୍ଵ ବହନ କରିବାର ସୁଯୋଗ ମିଳିଛି ।
ବିଜେଡି ଦଳରେ ଦୀର୍ଘ ବର୍ଷ ଧରି ରହି ବିଶ୍ଵସ୍ଥ କର୍ମୀର କର୍ତ୍ତବ୍ୟ କରୁଥିବା ଲିଙ୍ଗରାଜ ନାୟକ ଏବେ ତୁଲାଇବେ ନଗର ସଭାପତିର ଦାୟିତ୍ଵ । ଚଳିତ ବର୍ଷ ଦଳ ବହୁ ଆଶା ବିଶ୍ୱାସ ରଖି ରଣପୁର ପାଇଁ ନଗର ସଭାପତି ର ଦାୟିତ୍ଵ ଭାର ଲିଙ୍ଗରାଜ ଙ୍କୁ ପ୍ରଦାନ କରିଛି । ନୟାଗଡ଼ ଜିଲ୍ଳା ଅଧ୍ୟକ୍ଷ ଙ୍କ ଅନୁରୋଧ କ୍ରମେ ବିଧାୟକ ଲିଙ୍ଗରାଜ ନାୟକଙ୍କୁ ନଗର ସଭାପତି ଘୋଷଣା କରିଥିବା ଜଣା ଯାଇଛି । ଦେଖାଯାଉ ପଦ ପଦବୀ ଗ୍ରହଣ ପରେ ଆଗକୁ ଲିଙ୍ଗରାଜ କିପରି ଦଳର ବିଶ୍ୱାସ ବଜାୟ ରଖୁଛନ୍ତି .. ପୂର୍ବରୁ ଯୁବନେତା ଲିଙ୍ଗରାଜ ନାୟକ ବିଜେଡି ଦଳ ତଥା ବିଜୁ ଯୁବ ଜନତା ଦଳର ପ୍ରତିନିଧିତ୍ଵ କରି ଯୁବ ପୀଢ଼ିଙ୍କ ଆବାହକ ସାଜି ଆସିଥିଲେ ତେବେ ବର୍ତ୍ତମାନ ନଗର ସଭାପତି ଘୋଷଣା ହେବା ପରେ ବିଜୁ ଜନତା ଦଳର ପ୍ରଚାରକ ଭାବେ ନୂତନ ଦାୟିତ୍ଵ ଭାର ବହନ କରିବେ ବୋଲି ଖୁସି ବ୍ୟକ୍ତ କରିଛନ୍ତି ।
ଲିଙ୍ଗରାଜ ନଗର ସଭାପତି ଘୋଷଣା ହେବା ପରେ ବିଜୁ ଯୁବ ଜନତା ଦଳର ଯୁବନେତା ତଥା ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରୁଥିବା ଦେଖିବାକୁ ମିଳିଛି । ଏବେ ଦଳର ସମସ୍ତ ଦାୟିତ୍ବ ଭାର ଯୁବ ନେତା ଲିଙ୍ଗରାଜଙ୍କ ହାତରେ ଦିଆଯାଇଥିବାରୁ ରଣପୁର ଏନଏସି ର ବିଜେଡ଼ି ଯୁବ ନେତା ମାନଙ୍କ ପାଇଁ ଖୁସି ଆଣିଦେଇଛି ।

No Result
View All Result